ଏସ୍‌ଆଇ ପରୀକ୍ଷା ନିଯୁକ୍ତିରେ ଜାଲିଆତି, ଆଉ ଜଣେ ଗିରଫ

0

ଓଡ଼ିଆ ନ୍ୟୁଜ୍: ପୋଲିସ ଏସ୍‌ଆଇ ପରୀକ୍ଷା ନିଯୁକ୍ତି ଜାଲିଆତି ଘଟଣାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତନାଘନା ଜାରି ରହିଛି। ତଦନ୍ତ ଯେତେ ଆଗକୁ ଯାଉଛି, ରହସ୍ୟ ସେତେ ପଦାକୁ ଆସୁଛି। ରାକେଟ୍‌ର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଫେରାର ଥିବାବେଳେ ତାଙ୍କର ସବୁ ଲିଙ୍କ୍‌ ଓ କେଳେଙ୍କାରୀର ପର୍ଦ୍ଦାଫାଶ କରିବାକୁ କ୍ରାଇମବ୍ରାଞ୍ଚ ଛାନ୍‌ଭିନ୍‌ ଚଳାଇଛି। ଏସଆଇ ପରୀକ୍ଷା ଜାଲିଆତିରେ ବାଲେଶ୍ୱରରୁ ଆଉ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ।

ଗିରଫ ଅଭିଯୁକ୍ତ ହେଲେ ସଦର ବ୍ଲକ ଚାନ୍ଦିପୁର ଥାନା ତପସ୍ବୀ ଗ୍ରାମର ଯୁବକ ଚନ୍ଦନ ମଲ୍ଲିକ। ସେ ଜଣେ ଯୁବନେତା ଓ ସମାଜସେବୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ରବିବାର ବିଳମ୍ବିତ ରାତିରେ ଚଢ଼ାଉ କରି କ୍ରାଇମବ୍ରାଞ୍ଚର ଏକ ଟିମ୍‌ ତାଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ରବିବାର ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ନାବରା ଗ୍ରାମର ଅରବିନ୍ଦ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅରବିନ୍ଦ ମାଷ୍ଟରମାଇଣ୍ଡ ଶଙ୍କରଙ୍କର ସହଯୋଗୀ ତଥା ପଞ୍ଚମ ମଧ୍ୟସ୍ଥ ବୋଲି କୁହାଯାଉଛି l

Leave A Reply

Your email address will not be published.