ଓଡ଼ିଆ ନ୍ୟୁଜ୍: ଶଙ୍କର ପୃଷ୍ଟି ସହ ସୁରେଶ ନାୟକର ସଂପର୍କକୁ ନେଇ କ୍ରାଇମବ୍ରାଞ୍ଚର ଖୁଲାସା। ଶଙ୍କର ପୃଷ୍ଟି ସହ ସୁରେଶ ନାୟକ ନିୟମିତ ଯୋଗାଯୋଗରେ ଥିଲା।ନିଜ କଂପାନୀ ଗେଷ୍ଟ ହାଉସ୍ରେ ଶଙ୍କରକୁ ଆଶ୍ରୟ ଦେଇଥିଲା ସୁରେଶ। ନୂଆଦିଲ୍ଲୀ କାଲକାଜିର ଗେଷ୍ଟ ହାଉସ୍ରେ ଲୁଚାଇ ରଖିଥିଲା ସୁରେଶ।ଫେରାର ପାଇଁ ମଧ୍ୟ ଶଙ୍କରକୁ ସାହାଯ୍ୟ କରିଥିଲା ସୁରେଶ।ସୁରେଶ ନାୟକ ହିଁ ପ୍ରଶ୍ନପତ୍ର ପ୍ରସ୍ତୁତି ଓ ମୁଦ୍ରଣର ଦାୟିତ୍ବ ନେଉଥିଲା।
ଏଥର ଫୁଟି ବାହାରିବ SI ନିଯୁକ୍ତି ଦୁର୍ନୀତିର ନିଆଁ ଗିଳା ବାବୁ ଭାୟାଙ୍କ ଅସଲ ଚେହେରା।କାରଣ ପାତାଳରୁ ଉଠାଇ ଆଣିଲା ଭଳି ନେପାଳ ସୀମାନ୍ତରୁ କେଳେଙ୍କାରୀର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିକୁ ବାନ୍ଧିବା ପରେ ଏବେ ସ୍କାମର ଟପ୍ ଲେବଲ୍ ବାବୁ ସୁରେଶ ଚନ୍ଦ୍ର ନାୟକ। ସିଲିକନ୍ ଟେକଲ୍ୟାବ୍ ପ୍ରାଇଭେଟ୍ ଲିମିଟେଡର ମାଲିକ ୟେ। ପୂର୍ବ ସରକାର ଅମଳରେ କେମିତି ହୋଇଥିଲା ହଜାରେ କୋଟିର ଡିଲ୍ ? ଏହି ଡିଲ୍ ର ସିଣ୍ଡିକେଟ ପଛରେ କିଏ ? କାହା ଛତ୍ରଛାୟାରେ ତିଆରି ହେଉଥିଲା କେଳେଙ୍କାରୀର କଳା ଚିଠା ?