ପୁଣି କୂଳ ଲଙ୍ଘିଲା ସମୁଦ୍ର, ଛାନିଆ ଗାଁ ଲୋକେ

0

ଓଡ଼ିଆ ନ୍ୟୁଜ୍:ଶିଆଳି ନିକଟରେ ପୁଣି କୂଳ ଲଙ୍ଘିଲା ସମୁଦ୍ର।୫୦୦ ମିଟର ପର୍ଯ୍ୟନ୍ତ ଜନବସତି ଆଡ଼କୁ ମାଡ଼ି ଆସିଲା ଲୁଣି ପାଣି।ବେଳାଭୂମି ନିକଟରେ ଥିବା ଦୋକାନଗୁଡିକରେ ସମୁଦ୍ର ପାଣି ପଶିଲା। ଜଗତ୍‌ସିଂହପୁର ଜିଲାର ଅନ୍ୟତମ ମୁଖ୍ୟ ପର୍ଯ୍ୟଟନସ୍ଥଳ ଭାବେ ପରିଚିତ ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ବେଳାଭୂମିରେ ସମୁଦ୍ର ଜୁଆର ଉଗ୍ର ରୂପ ଧାରଣ କରିଛି। ଅମାବାସ୍ୟା ପ୍ରଭାବରେ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଣାଜୁଆର କୂଳ ଲଂଘିଛି। ଜୁଆର ଉପକୂଳ ଜଙ୍ଗଲ ଅତିକ୍ରମ କରିଯାଇଛି। ବେଳାଭୂମି ମହୋତ୍ସବସ୍ଥଳ, ଉଠା ଦୋକାନ, ଓଟିଡିସି ଗୃହ, ଗାଡି ପାର୍କିଂ ସ୍ଥଳ ପର୍ଯ୍ୟନ୍ତ ମାଡିଯାଇଛି। ସମୁଦ୍ର ଓ ବହୁ ଉଚ୍ଚ ଉପକୂଳ ଜଙ୍ଗଲ ମଧ୍ୟରେ ଜଳ ପତନ ସମାନ ହୋଇଯାଇଛି।

ଫଳରେ ସମୁଦ୍ର ସଂଲଗ୍ନ ଗଡ଼ହରିଶପୁର, ପଦ୍ମପୁର, ଆମ୍ବିକ, ଶିଆଳି, ଶଙ୍ଖା, ନୋଳିଆସାହି, କଳବେଦୀ, ରାମତରା ପଞ୍ଚାୟତର ୨୫ ଗ୍ରାମର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସୂଚନାଯୋଗ୍ୟ, ୨୦୦୫ ମସିହାରେ ସମୁଦ୍ର ବେଳାଭୂମିଠାରୁ ୫୦ ମିଟର ଦୂରରେ ଥିଲା। ସମୟକ୍ରମେ ଜଳବାୟୁ ପତିବର୍ତ୍ତନ ଯୋଗୁ ସମୁଦ୍ର ଜଳ ପତନ ବୃଦ୍ଧି ଘଟି କୂଳମୁହଁା ହୋଇଥିଲା। ମାତ୍ର ପୁରୀ ବେଳାଭୂମି ପରି ଶିଆଳିଠାରେ ସମୁଦ୍ର ଅଗଭୀର ହୋଇଥିବାରୁ ପର୍ଯ୍ୟଟକମାନେ ସମୁଦ୍ର ସ୍ନାନର ମଜା ନେଉଥିଲେ।

ଏହାକୁ ଦୃଷ୍ଟିରେ ରଖି ତତ୍କାଳୀନ ବିଧାୟକ ତଥା ମନ୍ତ୍ରୀ ଡା. ଦାମୋଦର ରାଉତ, ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ସହିତ ପୂର୍ବତନ ବିଡିଓ ମୁରଲୀଧର ସ୍ବାଇଁଙ୍କ ଚେଷ୍ଟାରେ ସେଠାରେ ବେଳାଭୂମି ମହୋତ୍ସବର ଶୁଭାରମ୍ଭ କରାଗଲା। ସେଠାରେ ସମୁଦ୍ର ଦର୍ଶନ ପାଇଁ ଭିୟୁ ଟାୱାର, ଓଟିଡିସି ସଭା ଗୃହ, ଝାଉଁ ଜଙ୍ଗଲ, ଗାଡି ପାର୍କିଂ ପାଇଁ ବିସ୍ତୃତ ସ୍ଥାନ ସୃଷ୍ଟି କରାଯାଇ ଶିଆଳି ବେଳାଭୂମିର ସୌନ୍ଦର୍ଯ୍ୟକରଣ କରାଯାଇଥିଲା।

Leave A Reply

Your email address will not be published.