ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ ବ୍ଲକ ଅଫିସ୍ର ଡାଟା ଏଣ୍ଟ୍ରି ଅପରେଟର୍।ସିମୁଳିଆ ବ୍ଲକ ଅଫିସ୍ର DEO ବିଶ୍ବରଞ୍ଜନ ପ୍ରଧାନ ଧରାପଡ଼ିଲେ।୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ।ଆନ୍ତଃଜାତି ବିବାହ କାଗଜପତ୍ର ପାଇଁ ଲାଞ୍ଚ ନେଉଥିଲେ DEO। ଭଦ୍ରକ ଜିଲା ତିହି ଥାନା ନୂଆନନ୍ଦ ଅଞ୍ଚଳର ନରେଶ ଚନ୍ଦ୍ର ମୁଦୁଲି ନାମକ ଜଣେ ଯୁବକ ସିମୁଳିଆ ବ୍ଲକ ଅଣ୍ଡରାଇ ଅଞ୍ଚଳର ସଙ୍ଗିତା ଜେନା ନାମକ ଜଣେ ହରିଜନ (ଏସି କାଷ୍ଟ) ଜାତିର ଯୁବତୀଙ୍କୁ ଗତ ୩୦ା୮ା୨୫ରେ ବିବାହ କରିଥିଲେ।
ସରକାରଙ୍କ ନିୟମ ଅନୁସାରେ ଜଣେ ସାଧାରଣ ବର୍ଗର ଯୁବକ ସ୍ବଇଚ୍ଛାରେ ଅନ୍ୟ ଜାତିରେ ବିବାହ କଲେ ସରକାରୀ ପ୍ରୋତ୍ସାହନ ପାଇ ପାରିବେ । ତେବେ ଏହି ପ୍ରୋତ୍ସାହନ ରାଶି ପାଇବା ପାଇଁ ଡାଟା ଏଣ୍ଟ୍ରି ଅପରେଟର ତାଙ୍କୁ ଲାଞ୍ଚ ମାଗିବା ସହିତ ଆଜିକାଲି କହି ସମୟ ଗଡି ଚାଲିଥିଲେ । ତେବେ ଏ ସମ୍ପର୍କରେ ନରେଶ ଚନ୍ଦ୍ର ଭିଜିଲାନ୍ସ ବିଭାଗୀୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଦେଣନେଣ ମୁଲଚାଲ ଛିଣ୍ଡିବା ପରେ ନରେଶ ୫ହଜାର ଟଙ୍କା ତାଙ୍କୁ ବ୍ଲକ ପରିସରରେ ପ୍ରଦାନ କରିବା ପରେ ଭିଜିଲାନ୍ସ ଇନିସପେକ୍ଟର ଜସ୍ମିତା ପୋଇଙ୍କ ସମେତ ୧୧ଜଣିଆ ଟିମ ମାଡି ବସିଥିଲା ।