ଜେଲରୁ ବାହାରିବା ପରେ ପ୍ରଥମ ଫୋଟ ସେୟାର କଲେ ସିସୋଦିଆ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ତଥା ଆମ ଆଦମୀ ଦଳର ନେତା ମନୀଷ ସିଶୋଦିଆଙ୍କୁ ଶୁକ୍ରବାର ଏକ୍ସାଇଜ ପଲିସି ମାମଲାରେ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୧୭ ମାସ ପରେ ସିସୋଡିଆ ଜେଲରୁ ବାହାରିଛନ୍ତି। ଆଜି ପୂର୍ବତନ ଶିକ୍ଷା ମନ୍ତ୍ରୀ ତାଙ୍କ ପତ୍ନୀ ସୀମା ସିସୋଡିଆଙ୍କ ସହ ଚା’ ପିଇବାର ଏକ ଫଟୋ ଶେୟାର କରିଛନ୍ତି।

ପୋଷ୍ଟରେ ନିଜ ସ୍ତ୍ରୀଙ୍କ ସହିତ ଏକ ସେଲ୍‌ଫି ବି ଶେୟାର କରିଛନ୍ତି। ହାତରେ ରହିଛି ଏକ ଚା’ କପ୍‌। ଜେଲରୁ ବାହାରିବା ପରେ ଏହା ତାଙ୍କର ପ୍ରଥମ ପୋଷ୍ଟ ଥିଲା, ଯାହା ତାଙ୍କ ପାଇଁ ଏକ ସ୍ଵତନ୍ତ୍ର ମୁହୂର୍ତ୍ତ। ଏହି ପୋଷ୍ଟରେ ସେ ଲେଖିଛନ୍ତି ‘‘ଆଜାଦୀ କୀ ସୁବହ କୀ ପେହଲି ଚାଏ, ୧୭ ମହିନେ ବାଦ୍‌’’। ଅର୍ଥାତ ୧୭ ମାସ ପରେ ଜେଲରୁ ବାହାରିବା(ସ୍ଵାଧୀନତା) ପରେ ସକାଳର ପ୍ରଥମ ଚା’।

ସେ ଆହୁରି ଲେଖିଛନ୍ତି, ‘ତାଙ୍କର ଏହି ସ୍ଵାଧୀନତା, ଯାହା ସମ୍ବିଧାନ ପ୍ରତ୍ୟେକ ଭାରତୀୟଙ୍କୁ ଦେଇଛି। ଏହି ସ୍ଵାଧୀନତା, ଯାହା ଭଗବାନ ଆମକୁ ମୁକ୍ତ ବାୟୁରେ ସମସ୍ତଙ୍କ ସହିତ ନିଃଶ୍ଵାସପ୍ରଶ୍ଵାସ ନେବାକୁ ଦେଇଛନ୍ତି। ଗତ ଶୁକ୍ରବାର ସିଶୋଦିଆ ଜେଲରୁ ବାହାରିଥିଲେ। ଜେଲ ବାହାରେ ଦଳୀୟ ନେତା ଏବଂ କର୍ମକର୍ତ୍ତାମାନେ ତାଙ୍କୁ ବିପୁଳ ସ୍ଵାଗତ କରିବା ସହିତ ଭାବବିହ୍ବଳ ହୋଇପଡ଼ିଥିଲେ।

Comments are closed.