ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜମ୍ମୁ-କାଶ୍ମୀର ରିୟାସି ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ୧୦ ଜଣ ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ ଘଟଣା। ପୁଲିସ୍ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି। ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିବା ସହ ସେମାନଙ୍କ ସମ୍ପର୍କରେ ସୂଚନା ଦେଲେ ଆର୍ଥିକ ପୁରସ୍କାର ମିଳିବ। ସୂଚନା ପ୍ରଦାନକାରୀଙ୍କୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ ବୋଲି ପୁଲିସ ଘୋଷଣା କରିଛି। ସେପଟେ ଆତଙ୍କବାଦୀଙ୍କୁ ଧରିବାକୁ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଜାରି ରହିଥିବାବେଳେ ଘଟଣାରେ ଏନଆଇଏ ଟିମ୍ ଯାଞ୍ଚ କରୁଛି।
ସୂଚନା ମୂତାବକ ରବିବାର ଏକ ବସ୍ ଜାମ୍ମୁ-କାଶ୍ମୀରର ରିଆସି ଜିଲାର ଶିବଖୋଡ଼ା ମନ୍ଦିରକୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ବସ ଉପରକୁ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଆଧାରରେ ଦୁଇ ଜଣ ଆତଙ୍କବାଦୀଙ୍କ ସ୍କେଚ୍ ତିଆରି କରାଯାଇଛି। ଅନ୍ୟପକ୍ଷରେ ଏହି ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ପତ୍ତା ଲଗାଇବା ପାଇଁ ଏକ ବିଶାଳ ଅପରେସନ ମଧ୍ୟ କରାଯାଉଛି। ସୁରକ୍ଷା ବାହିନୀର ୧୧ ଟି ଦଳ ଏଥିପାଇଁ କାର୍ଯ୍ୟ କରୁଛନ୍ତି। ସୁରକ୍ଷା ବାହିନୀ ବିଭିନ୍ନ ଦିଗରୁ ପୋନି ତେରାୟଥ ଅଞ୍ଚଳକୁ ଘେରି ରହିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।
ଆତଙ୍କବାଦୀମାନେ ଗତ ରବିବାର ଦିନ ପୋନି ଅଞ୍ଚଳର ତେରୟାଥ ଗ୍ରାମ ନିକଟ କାଟ୍ରା ସ୍ଥିତ ଶିବ ଖୋରୀ ମନ୍ଦିରରୁ ମାତା ବୈଷ୍ଣୋ ଦେବୀ ମନ୍ଦିରକୁ ଭକ୍ତମାନଙ୍କୁ ନେଇ ଯାଉଥିବା ୫୩ ସିଟ୍ ବିଶିଷ୍ଟ ଏକ ବସ୍ ଉପରେ ଗୁଳି ଚଳାଇଥିଲେ। ଆଖିବୁଜା ଗୁଳିମାଡ଼ ପରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ବସ୍ ଏକ ଘାଇରେ ଖସି ପଡିଥିଲା। ଏଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୩ ଜଣ ଆହତ ହୋଇଥିଲେ। ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ଦିଲ୍ଲୀର ଭକ୍ତମାନେ ଏହି ଗାଡିରେ ଯାତ୍ରା କରୁଥିଲେ।
Comments are closed.