ପିସିସି ସଭାପତିଙ୍କୁ ଶରତ ପଟ୍ଟନାୟକଙ୍କୁ କାଳିମାଡ଼

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପରକୁ କାଳିମାଡ଼ ହୋଇଛି।  ସୂଚନା ଅନୁସାରେ ଆଜି କଂଗ୍ରେସ ଭବନରେ ଚାମ୍ବରରେ ବସିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଏହି ସମୟରେ ତାଙ୍କୁ କାଳିମାଡ଼ ହୋଇଥିବା ସୂଚନା ମିଳିଛି।

ଶରତ ପଟ୍ଟନାୟକଙ୍କୁ କାଳିମାଡ଼ କରିବା ସହ ତାଙ୍କ ବିରୋଧରେ କିଛି ଯୁବକ ନାରାବାଜି କରୁଥିବା ଦେଖିବାକୁ ମିଳିଥିଲା । ଘଟଣାପରେ କଂଗ୍ରେସର ବରିଷ୍ଠ ନେତାମାନେ କଂଗ୍ରେସ ଭବନରେ ପହଞ୍ଚି ପସିସି ସଭାପତିଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି। ତେବେ କେଉଁ କାରଣ ପାଇଁ ପିସିସି ସଭାପତିଙ୍କୁ କାଳିମାଡ଼ କରାଗଲା ତାହା ଜଣାପଡ଼ିନାହିଁ। ସୂଚନା ଅନୁସାରେ ଚଳିତ ନିର୍ବାଚନ ପୂର୍ବରୁ ପିସିସି ସଭାପତି ଶରତ ପଟ୍ଟନାୟକ ୯ରୁ ୯୦ ନାରା ଦେଇଥିଲେ । କିନ୍ତୁ କଂଗ୍ରେସ ମାତ୍ର ୧୪ ଆସନ ଜିତିବାରେ ସଫଳ ହୋଇଥିଲା ।

ଏହାପରେ କଂଗ୍ରେସରେ ବିରୋଧ ଦେଖିବାକୁ ମିଳିଥିଲା । ଏପରିକି ଟିକେଟ୍‌ ବଣ୍ଟନକୁ ନେଇ ମଧ୍ୟ କଂଗ୍ରେସରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଟିକେଟ୍‌ ବଣ୍ଟନରେ ଅନିୟମିତତା ହୋଇଥିବା ନେଇ ସିଧାସଳଖ ଶରତ ପଟ୍ଟନାୟକଙ୍କୁ ଘେରିଥିଲେ କିଛି କଂଗ୍ରେସ କର୍ମୀ । କଂଗ୍ରେସର ଜଣେ କର୍ମୀ କହିଛନ୍ତି, ଏହା ନିନ୍ଦନୀୟ ଘଟଣା। ଯେଉଁମାନେ କାଳିମାଡ଼ କରିଛନ୍ତି ଆମେ ତାଙ୍କୁ ଜାଣିନାହୁଁ।

Comments are closed.