ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବ୍ରହ୍ମପୁର ରେଳ ଷ୍ଟେସନ ପୂର୍ବରୁ ଦିବ୍ରୁଗଡ-କନ୍ୟାକୁମାରୀ ପାସେଞ୍ଜର ଟ୍ରେନରୁ ବାହାରିଲା ଧୂଆଁ । । ଟ୍ରେନରୁ ଧୂଆଁ ବାହାରୁଥିବା ଦେଖି ଯାତ୍ରୀ ଛାନିଆ । ଭୟରେ ଟ୍ରେନରୁ ଯାତ୍ରୀମାନେ ଓହ୍ଲାଇ ପଡିଛନ୍ତି । ବ୍ରହ୍ମପୁର ରେଳ ଷ୍ଟେସନରେ ଥିବା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କର୍ମଚାରୀଙ୍କ କହିବାନୁସାରେ, ଟ୍ରେନରେ ନିଆଁ ଲାଗିନି । ଚକାରେ ଅଖା ଲାଗିଯିବାରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା ।