ସୋସିଆଲ ମିଡ଼ିଆ ଏକ୍ସ ର ସର୍ଭର ଡାଉନ୍

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସୋସିଆଲ ମିଡ଼ିଆ ଏକ୍ସ ର ସର୍ଭର ଡାଉନ୍। ସାରା ବିଶ୍ବରେ ଏକ୍ସ ର ସର୍ଭର ଡାଉନ୍ ହୋଇଥିବା ସୂଚନା ମିଳିଛି । ଆଜି ପ୍ରାୟ ଦିନ ୧୧ଟା ରୁ ଏହା ଡାଉନ୍ ରହିଛି । ସାଇଟ୍ ଖୋଲିବା ମୁସ୍କିଲ ହୋଇପଡିଛି | ଫଳରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ୟୁଜର୍ସ ଏବଂ ଅଭିଯୋଗ କରିବା ମଧ୍ୟ ଆରମ୍ଭ କରିଦେଲେଣି ।

ଓ୍ବେବସାଇଟର ଆଉଟେଜକୁ ଟ୍ରାକ୍ କରିବା ଡାଉନ ଡିଟେକ୍ଟର ମୁତାବକ, ଗୁରୁବାର ସକାଳ ୧୧ଟାରୁ ପ୍ରାୟ କୋଟି କୋଟି ସଂଖ୍ୟାରେ ୟୁଜର୍ସ ଏକ୍ସରେ ଟ୍ବିଟ୍ କରିବା ନେଇ ସମସ୍ୟା ଭୋଗୁଛନ୍ତି । ଏମାନଙ୍କୁ ମଧ୍ୟରୁ ୭୦ ହଜାରରୁ ଅଧିକ ୟୁଜର୍ସ ଅଭିଯୋଗ କରିଛନ୍ତି । ଏକ୍ସ ଆପ୍ଲିକେସନରେ ୬୫ ପ୍ରତିଶତ ସମସ୍ୟା ନେଇ ଅଭିଯୋଗ ଆସିଥିବା ବେଳେ ୨୯ ପ୍ରତିଶତ ଅଭିଯୋଗ ଓ୍ବେବସାଇଟରୁ ଆସିଛି । ସେପଟେ ସୋଶାଲ ମିଡିଆ ଏକ୍ସରେ ମଧ୍ୟ ଖୋଦ୍‌ #TwitterDown ଟ୍ରେଣ୍ଡ କରୁଛି। ହୋମ୍‌ ପେଜ୍‌ରୁ ସବୁ କିଛି ଗାଏବ ହୋଇଯାଇଛି।

ହୋମ୍‌ ପେଜ୍‌ରେ କେବଳ welcome to X ଲେଖାଅଛି। ତେବେ କାହିଁକି ଏଭଳି ସ୍ଥିତି ହୋଇଛି ସେନେଇ ଏକ୍ସ ପକ୍ଷରକୁ କୌଣସି ସୂଚନା ଦିଆଯାଇନାହିଁ। ସୂଚନା ଅନୁଯାୟୀ, ଏଲନ୍ ମସ୍କ ଟ୍ବିଟରକୁ କିଣିବା ପରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି । କେବଳ ଭାରତ ନୁହେଁ, ସାରା ବିଶ୍ବରେ ମଧ୍ୟ ସମସ୍ୟା ଭୋଗୁଛନ୍ତି ୟୁଜର୍ସ । ଏକ୍ସ ପକ୍ଷରୁ ଏହି ଆଉଟେଜ୍ କୁ ନେଇ କୌଣସି ପ୍ରତିକ୍ରିୟା ଆସିନାହିଁ।

Leave A Reply

Your email address will not be published.