ସୌର ମିଶନ ଆଦିତ୍ୟ ଏଲ୍‌-୧ର ପ୍ରସ୍ତୁତି ଶେଷ, ଇତିହାସ ରଚିବ ଇସ୍ରୋ

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଆଉମାତ୍ର ଗୋଟିଏ ଦିନ ପରେ ସୂର୍ଯ୍ୟ ଅଭିଯାନ ଆରମ୍ଭ କରିବ ଇସ୍ରୋ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇଛି । ଇସ୍ରୋର ପ୍ରଥମ ସୌର ମିଶନ ଆଦିତ୍ୟ ଏଲ୍‌-୧ ସେପ୍ଟେମ୍ବର ୨ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରୁ ଲଞ୍ଚ ହେବାର କାର୍ୟ୍ୟକ୍ରମ ରହିଛି। ଗତ ସପ୍ତାହରେ ଚନ୍ଦ୍ରପୃଷ୍ଠର ସାଉଥ୍‌ ପୋଲ୍‌ରେ ଚନ୍ଦ୍ରୟାନ-୩ର ସଫ୍ଟ ଲ୍ୟାଣ୍ଡିଂର ଉଲ୍ଲେଖନୀୟ ସଫଳତା ପରେ ମହାକାଶଯାନ ‘ଆଦିତ୍ୟ’ ୨ ତାରିଖ ସକାଳ ୧୧.୫୦ରେ ଉତ୍‌କ୍ଷେପଣ ହେବାର କାର୍ୟ୍ୟକ୍ରମ ରହିଛି।

ଭାରତର ପ୍ରଥମ ‘ସୂର୍ୟ୍ୟ’ ଯାତ୍ରା ରକେଟ୍ ପିଏସ୍ଏଲଭି-ସି-୫୭ ଉତକ୍ଷେତଣସ୍ଥଳରେ ପହଞ୍ଚି ସାରିଛି । ଗୁରୁବାର ଉତକ୍ଷେପଣର ସମସ୍ତ ରିହର୍ସଲ ଶେଷ ହୋଇଛି । ରକେଟର ସମସ୍ତ ଇଂଟେରିୟର ଯାଞ୍ଚ ମଧ୍ୟ କରାଯାଇଛି । ୨୦୨୩ ସେପ୍ଟେମ୍ବର ୨ ତାରିଖ ପୂର୍ବାହ୍ନ ୧୧ଟା ୫୦ ମିନିଟରେ ଏହାର ଉତକ୍ଷେପଣ କରାଯିବ । ଇସ୍ରୋର ସବୁଠାରୁ ଭରସାଯୋଗ୍ୟ ରକେଟ୍ ପିଏସଏଲଭି-ସି-୫୭ କୁ ପୃଥିବୀର ନିମ୍ନ କକ୍ଷପଥରେ ଉତକ୍ଷେପଣ କରାଯିବ । ଏହା ପରେ ତିନି କିମ୍ବା ଚାରିଟି କକ୍ଷପଥକୁ ସିଧାସଳଖ ସ୍ଫେୟାର ଅଫ୍ ଇନଫ୍ଲୁଏନ୍ସରୁ ବାହାରକୁ ଅଣାଯିବ । ତା’ପରେ କ୍ରୁଜ୍ ଫେଜ୍ ଆରମ୍ଭ ହେବ । ଏହା ଟିକେ ଲମ୍ବା ପ୍ରକ୍ରିୟା । ଏହାପରେ ଆଦିତ୍ୟ-ଏଲ-୧କୁ ହେଲୋ ଅରବିଟରେ ରଖାଯିବ, ଯେଉଁଠାରେ ଏଲ୍-୧ ପଏଂଟ ରହିଛି। ଏହି ବିନ୍ଦୁ ସୂର୍ୟ୍ୟ ଓ ପୃଥିବୀ ମଧ୍ୟରେ ଅବସ୍ଥିତ, କିନ୍ତୁ ସୂର୍ୟ୍ୟଠାରୁ ଏହାର ଦୂରତାର ତୁଳନା ମାତ୍ର ୧ ପ୍ରତିଶତ । ଏହି ଯାତ୍ରା ପାଇଁ ୧୨୭ ଦିନ ସମୟ ଲାଗିବ । ଏହା ଦୁଇଟି ବଡ଼ କକ୍ଷପଥକୁ ଯିବାକୁ ଥିବା ଏହାକୁ ଚ୍ୟାଲେଞ୍ଜିଂ ମିଶନ ହେବ ବୋଲି କୁହାଯାଉଛି ।

ପ୍ରଥମ କଠିନ କକ୍ଷପଥ ହେଉଛି ପୃଥିବୀର ସ୍ଫେୟାର ଅଫ୍ ଇନଫ୍ଲୁଏନ୍ସରୁ ବାହାରକୁ ଯିବା । କାରଣ ପୃଥିବୀ ତା’ ଚାରିପାଖରେ ଥିବା ସମସ୍ତ ଜିନିଷକୁ ମାଧ୍ୟାକର୍ଷଣ ବଳରେ ଟାଣି ନେଇଥାଏ । ଏହା ପରେ କ୍ରୁଜ୍ ଫେଜ୍ ଏବଂ ହେଲୋ ଅର୍ବିଟରେ ଏଲ-୧ ପୋଜିସନ୍ କ୍ୟାପଚର ହୋଇଥାଏ । ଯଦି ଏଠାରେ ଏହାର ଗତିକୁ ନିୟନ୍ତ୍ରଣ କରାନଯାଏ, ତେବେ ଏହା ସିଧା ସୂର୍ୟ୍ୟଙ୍କ ନିକଟକୁ ଚାଲିଯିବ, ଏବଂ ଏହା ଜଳି ନଷ୍ଟ ହୋଇଯିବ । ସୂର୍ୟ୍ୟଙ୍କର ନିଜର ଏକ ମାଧ୍ୟକର୍ଷଣ ଶକ୍ତି ଅଛି । ପୃଥିବୀର ମଧ୍ୟ ନିଜର ଏକ ମାଧ୍ୟାକର୍ଷଣ ଶକ୍ତି ଅଛି । ମହାକାଶରେ ଯେଉଁଠି ଏହି ଦୁଇଟିର ମାଧ୍ୟାକର୍ଷଣ ଶକ୍ତି ପରସ୍ପର ସହ ଧକ୍କା ହୁଅନ୍ତି, ସେଠାରୁ ସୂର୍ୟ୍ୟଙ୍କ ମାଧ୍ୟାକର୍ଷଣର ପ୍ରଭାବ ଆରମ୍ଭ ହୋଇଥାଏ । ଇସ୍ରୋର ସବୁଠାରୁ ଭରସାଯୋଗ୍ୟ ରକେଟ୍ ପିଏସଏଲଭି-ସି-୫୭ କୁ ପୃଥିବୀର ନିମ୍ନ କକ୍ଷପଥରେ ଉତକ୍ଷେପଣ କରାଯିବ । ଏହା ପରେ ତିନି କିମ୍ବା ଚାରିଟି କକ୍ଷପଥକୁ ସିଧାସଳଖ ସ୍ଫେୟାର ଅଫ୍ ଇନଫ୍ଲୁଏନ୍ସରୁ ବାହାରକୁ ଅଣାଯିବ । ତା’ପରେ କ୍ରୁଜ୍ ଫେଜ୍ ଆରମ୍ଭ ହେବ । ଏହା ଟିକେ ଲମ୍ବା ପ୍ରକ୍ରିୟା । ଏହାପରେ ଆଦିତ୍ୟ-ଏଲ-୧କୁ ହେଲୋ ଅରବିଟରେ ରଖାଯିବ, ଯେଉଁଠାରେ ଏଲ୍-୧ ପଏଂଟ ରହିଛି । ଏହି ବିନ୍ଦୁ ସୂର୍ୟ୍ୟ ଓ ପୃଥିବୀ ମଧ୍ୟରେ ଅବସ୍ଥିତ, କିନ୍ତୁ ସୂର୍ୟ୍ୟଠାରୁ ଏହାର ଦୂରତାର ତୁଳନା ମାତ୍ର ୧ ପ୍ରତିଶତ । ଏହି ଯାତ୍ରା ପାଇଁ ୧୨୭ ଦିନ ସମୟ ଲାଗିବ ।

Leave A Reply

Your email address will not be published.