ଶ୍ଵଶୁର ମୃତ୍ୟୁ ଖବର ଦେବାକୁ ଯିବାବେଳେ ଜ୍ବାଇଁର ମୃତ୍ୟୁ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସଂପର୍କୀୟଙ୍କ ଘରକୁ ଶ୍ବଶୁରଙ୍କ ମୃତ୍ୟୁ ଖବର ଦେବାକୁ ବାଇକରେ ଯାଉଥିଲେ ଜ୍ବାଇଁ। ତାଙ୍କ ବାଇକ ସହ ପିକ୍ଅପ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜ୍ବାଇଁଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲା କୁଚେଇ ଛକରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କୁଳିଅଣା ଥାନା ଅଧୀନ କୁଚେଇ ନିକଟରେ ଆଜି ଦିବା ୧୦ ଘଟିକା ସମୟରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ମୁତାବକ, କୁଳିଅଣା ଥାନା ଅଧୀନ କୁଚେଇ ନିକଟରେ ଆଜି ଦିବା ୧୦ ଘଟିକା ସମୟରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ଘର ​‌ମାରନତାଣ୍ଡି ଅଞ୍ଚଳରେ ବୋଲି ଜଣାପଡିଛି। ବାଇକରେ ଯିବାବେଳେ ଏକ ପିକଅପ୍ ତାଙ୍କୁ ଧକ୍କା ଦେଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ମୟୁରଭଞ୍ଜ ବାରିପଦା ଦେଇ ଯାଇଥିବା ୧୮ ନଂ ଜାତୀୟ ରାଜପଥ କୁଚେଇ ଛକରେ ରାସ୍ତା ଅବରୋଧ କରିଛନ୍ତି। ବାଇକ୍ ଆରୋହୀଙ୍କୁ ଧକ୍କା ଦେଇ ପିକଅପ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ରାସ୍ତା ଉପରେ ବାଇକ୍ ଆରୋହୀଙ୍କ ମୃତଦେହ ପଡିରହିଛି। ତେବେ ଦୀର୍ଘ ଦିନରୁ କୁଚେଇ ଛକରେ ପୋଲ ନିର୍ମାଣ ଲାଗି ଦାବି ହୋଇଆସୁଛି। ଏହାପରେ ଉତ୍ତ୍ୟକ୍ତ ଜନତା ରାଜରାସ୍ତାକୁ ଅବରୋଧ କରିଥିଲେ। ଏହାଫଳରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ମୃତ ଯୁବକ ଚାନ୍ଦୁଆ ଥାନା ନଧବଣି ଗ୍ରାମର ସଂଜୟ ନାଏକ (୩୮) ବୋଲି ଜଣାପଡ଼ିଛି। ମାତ୍ର ଚାରି ଦିନ ତଳେ ଶଶୁରଙ୍କ ମୃତ୍ୟୁ ହେଇଥିଲା।

Comments are closed.