ଜେଲ ଯିବେ ସୋନିଆ ରାହୁଲ : ସୁବ୍ରମଣ୍ୟମ ସ୍ବାମୀ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପୁଅ ରାହୁଲ ଗାନ୍ଧୀ  ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲ୍ଡ ଘୋଟାଲା ମାମଲାରେ  ଜେଲ ଯିବେ । ଏହି ମାମଲାରେ ସେମାନେ ଏବେ ବେଲରେ ଅଛନ୍ତି । କିନ୍ତୁ ସେ ନିଶ୍ଚିତ ଜେଲେ ଯିବେ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ସାଂସଦ ସୁବ୍ରମଣ୍ୟମ ସ୍ବାମୀ ।

ଆଜି  ପାଟନାରେ ଏକ କାର୍ଯ୍ୟକ୍ରମ ଅବସରରେ ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ସ୍ବାମୀ । ଏହି ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲ୍ଡ ମାମଲାରେ ଦୁର୍ନୀତି ହୋଇଥିବା ଓ ଗାନ୍ଧୀ ପରିବାର ସେଥିରୁ ଲାଭ ପାଇଥିବା ପ୍ରଥମେ ଅଭିଯୋଗ କରିଥିଲେ ସୁବ୍ରମଣ୍ୟମ ସ୍ବାମୀ । ୧୯୩୮ ମସିହାରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ଏହି ଖବର କାଗଜର ପ୍ରକାଶନ ଆରମ୍ଭ କରିଥିଲେ । ଏହାର ପ୍ରକାଶନ ନ୍ୟାସନାଲ ଆସୋସିଏଡ ଜର୍ନାଲ୍ସ ନାମକ ଏକ କମ୍ପାନୀ କରୁଥିଲା । କିନ୍ତୁ ଏହାର ପ୍ରତିଷ୍ଠା ୧୯୩୭ ମସିହାରେ ହୋଇଥିଲା ।

ନେହରୁଙ୍କୁ ଛାଡି ୫ହଜାରରୁ ଅଧିକ ସ୍ବାଧିନତା ସଂଗ୍ରାମୀ ଏହି ଖବରକାଗଜର ସେୟାର ଅଶୀଂଦାର ଥିଲେ । ସ୍ବାଧୀନତା ସଂଗ୍ରାମକୁ ନେଇ ଏହି ଖବରକାଗଜ ପ୍ରକାଶ ପାଉଥିଲା । ଏହାର ମାଲିକାନା କିନ୍ତୁ ଜଣଙ୍କ ନାଁରେ ନଥିଲା । ୧୯୪୫ ମସିହାରେ ଏହା ପୁନଃ ଆରମ୍ଭ ହୋଇଥିଲା । କିନ୍ତୁ ୧୯୪୭ ମସିହାରେ ଦେଶକୁ ସ୍ବାଧୀନତା ମିଳିଲା ପରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହେବା ପରେ ବୋର୍ଡ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ନେହେରୁ । ନେହେରୁଙ୍କ ଇସ୍ତଫା ପରେ ଏହାର ପ୍ରକାଶନ ବନ୍ଦ ହୋଇନଥିଲା । ୨୦୦୮ ମସିହାରେ ଯେତେବେଳେ କଂଗ୍ରେସ କ୍ଷମତାସୀନ ଥିଲା, ସେ ସମୟରେ ପୁଣି ଥରେ ଖବରକାଗଜ ମୁଦ୍ରଣକୁ ବନ୍ଦ କରିଥିଲା । କମ୍ପାନୀ ଆର୍ଥିକ କ୍ଷତି ସହୁଥିବା ଦର୍ଶାଇ ଏହାକୁ କଂଗ୍ରେସ ବନ୍ଦ କରି ଦେଇଥିଲା ।

୨୦୧୦ରେ ଏହାର ୧୦୫୭ ଜଣ ସେୟାର ହୋଲ୍ଡର ଥିଲେ । କ୍ଷତିରେ ଚାଲୁଥିବା ଏହି କମ୍ପାନୀକୁ ପୁଣି ଅଧିକୃତ କରିଥିଲା ୟଙ୍ଗ୍‌ ଇଣ୍ଡିଆ ଲିମିଟେଡ କମ୍ପାନୀ । ତେବେ ଗାନ୍ଧୀ ପରିବାର ଦୁର୍ନୀତି କରି ଏଥିରୁ ଲାଭ ପାଇଥିବା ଅଭିଯୋଗର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାରି ରଖିଥିଲା । ଗତବର୍ଷ ଅଗଷ୍ଟରେ ତଦନ୍ତକାରୀ ସଂସ୍ଥା ଇଡି ଏହାର କାର୍ଯ୍ୟାଳୟ ‘ହେରାଲ୍ଡ ହାଉସ’କୁ ସିଲ୍‌ କରିଥିଲା । ଏହି ମାମଲାରେ କଂଗ୍ରେସର ପୂର୍ବତନ ମୁଖ୍ୟ ସୋନିଆ ଗାନ୍ଧୀ ଓ ପୁଅ ରାହୁଲ ଗାନ୍ଧୀଙ୍କୁ ଇଡି ମାରାଥନ ଜେରା କରିସାରିଛି । ପ୍ରଥମେ ରାହୁଲଙ୍କୁ ଜେରା କରିବା ପରେ ତଦନ୍ତକାରୀ ସଂସ୍ଥା ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଏକାଧିକ ଥର ଜେରା କରିଥିଲା । ଉଭୟଙ୍କୁ ଗିରଫ କରିବା ନେଇ ଚର୍ଚ୍ଚା ହେଉଥିଲେ ସୁଦ୍ଧା ସେପରି କିଛି କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିନଥିଲା । କଂଗ୍ରେସ ଏହାକୁ ରାଜନୈତିକ ଆକ୍ରୋଶ କହି ସାରା ଦେଶରେ ଧାରଣ ଓ ପ୍ରତିବାଦ କରିଥିଲା ।

Leave A Reply

Your email address will not be published.