ଆଜି ରତ୍ନଭଣ୍ଡାର ଖୋଲିବା ନେଇ ବସିବ ଏସଓପି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରବିବାର ଖୋଲପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର । ବହୁପ୍ରତୀକ୍ଷିତ ମୁହୂର୍ତ୍ତକୁ ଏବେ ସମସ୍ତଙ୍କ ଅପେକ୍ଷା । କେମିତି ଖୋଲିବ ରତ୍ନଭଣ୍ଡାର, କିଏ ଯିବେ ଭିତରକୁ ସେନେଇ ଆଜି ଏସଓପି ସ୍ପଷ୍ଟ ହେବ ।ରତ୍ନଭଣ୍ଡାର ଖୋଲିବା ନେଇ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜ୍ୟୋର୍ ବା SOP ନିର୍ଦ୍ଧାରଣ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।। ସୂଚନା ଅନୁସାରେ,  ଗତ ୯ ତାରିଖରେ ରତ୍ନ ଭଣ୍ଡାର ଯାଞ୍ଚ କମିଟିର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା।

୧୪ରେ ରତ୍ନଭଣ୍ଡାର ଖୋଲିବ ପ୍ରସ୍ତାବକୁ ଶ୍ରୀମନ୍ଦିର ପରିଚାଳନା କମିଟି ମୋହର ମାରି ସାରିଛି । ଏବେ କେବଳ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହାକୁ ଖୋଲାଯିବ ବୋଲି କହିଛନ୍ତି ନୂଆ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଅରବିନ୍ଦ ପାଢୀ କହିଛନ୍ତି ଯେ, ଜଷ୍ଟିସ ବିଶ୍ଵନାଥ ରଥ କମିଟି ରତ୍ନ ଭଣ୍ଡାର ଖୋଲାବା ନେଇ ଏକ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି । ଏହି ରିପୋର୍ଟ ଉପରେ ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ଓ ନିର୍ଦ୍ଦେଶ ଦେବେ ସେହି ଅନୁଯାୟୀ ସବୁ କାର୍ଯ୍ୟ ହେବ । ରତ୍ନଭଣ୍ଡାର ଖୋଲାଯିବ ସମୟରେ ମହାପ୍ରଭୁଙ୍କ ନୀତି ଯେଭଳି ପ୍ରଭାବିତ ନ ହୁଏ ସେନେଇ ଶ୍ରୀମନ୍ଦିର ପ୍ରଶାସନ ସର୍ବାଧିକ ଗୁରୁତ୍ଵ ଦେବ । ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି, ମୋଡିଲିଟି କମିଟି ଦେଇଥିବା ପ୍ରସ୍ତାବ, ପରିଚାଳନା କମିଟି ଦେଇଥିବା ସୁପାରିସ ଓ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ସେହିପରି କାର୍ଯ୍ୟ ଅଗ୍ରଗତି କରିବ।

ତେବେ ଦିନ ୧୦ଟାରେ ବୈଠକ ହେବ। ପ୍ରଥମେ ଚାବି ରଖାଯିବ। ଏହାପରେ ଲୋକନାଥ ମହାପ୍ରଭୁଙ୍କୁ ପୂଜା କରାଯିବ। ସମସ୍ତେ ନିରାମିଷ ଖାଦ୍ୟ ଖାଇବା ସହ ପାରମ୍ପରିକ ବସ୍ତ୍ର ପରିଧାନ କରିବେ। ୨୦ଜଣିଆ ସଦସ୍ୟଙ୍କ ସହ ଅନ୍ୟକିଛି ଲୋକ ଯିବାନେଇ ସୂଚନା ମିଳିଛି। ସମସ୍ତଙ୍କୁ ଚୟନ କରାଯିବ। ୩ଟି ଚାବି ଆସିବା ପରେ ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲାଯିବ। ପରେ ମୁଖ୍ୟ ରତ୍ନଭଣ୍ଡାର ଖୋଲାଯିବ। ତେବେ ଚାବି ନ ଖୋଲିଲେ କାଗିଗର ଖୋଲିବା ପାଇଁ ଚେଷ୍ଟା କରିବେ। ନଖୋଲିଲେ ଏହାକୁ ଭଙ୍ଗାଯାଇପାରେ।

Leave A Reply

Your email address will not be published.