ଭିଜିଲାନ୍ସ ପଞ୍ଝାରେ ତହସିଲଦାର

0

ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ପଞ୍ଝାରେ ଭାରପ୍ରାପ୍ତ ତହସିଲଦାର ଦୈତାରୀ ମଲ୍ଲିକ।୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ପଥର ଗାଡ଼ି ଛାଡ଼ିବାକୁ ନେଇ ଅଫିସ୍‌ ଭିତରେ ନେଉଥିଲେ ଲାଞ୍ଚ। ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ ୩ଟାରେ ସେ ସୋର ଟ୍ରକ୍ ସଂଘର ଜଣେ ବ୍ୟକ୍ତିଙ୍କ ଜରିଆରେ ଲାଞ୍ଚ ଟଙ୍କା ନେବାବେଳେ ମାଡିବସିଲା ଭିଜିଲାନ୍ସ l ସୋର ପୌରପାଳିକା ପଠାଣ ମହଲାର ଖାନ କାଦ୍ରୀଙ୍କ ଦୁଇ ଟ୍ରକ୍ ଓ ତାଙ୍କ ଭିଣୋଇଙ୍କର ତିନି ଟ୍ର ଜବତ କରିଥିଲେ ଭାରପ୍ରାପ୍ତ ତହସିଲଦାର । ଜବତ ଟ୍ରକ୍କୁ ଖଣି ବିଭାଗକୁ ନଦେଇ ଥାନାକୁ ହସ୍ତାନ୍ତର କଲେ ସହଜରେ ଟ୍ରକ୍ ଛାଡ଼ ହେବ ପ୍ରଲୋଭନ ଓ ଖଣି ବିଭାଗ ଫାଇନରୁ ବର୍ତ୍ତିବା ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ l

ପରେ ଦୟାନିଧି ଜେନାଙ୍କ ମାଧ୍ୟମରେ ୪୦ ହଜାର ଟଙ୍କା କଥା ଛିଡିଥିଲା l ଗୁରୁବାର ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଦୈତାରୀ ମଲ୍ଲିକ ଓ ଦୟାନିଧି ଜେନା ଭିଜିଲାନ୍ସ ହାତରେ ଧରାପଡିଥିଲେ l ଭିଜିଲାନ୍ସ ପ୍ରଥମେ ଦୈତାରୀ ମଲ୍ଲିକଙ୍କୁ ଭଡାଘରୁ ଧରିବା ପରେ ଟ୍ରକ୍ ଆସୋସିଏସନ ସଦସ୍ୟ ଦୟାନିଧି ଜେନାଙ୍କୁ ଉତ୍ତରେଶ୍ୱର ଠାରେ ଧରିଥିଲା l

Leave A Reply

Your email address will not be published.