ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରଚାର ମୈଦାନରେ ସୌମ୍ଯରଂଜନ ଅଟୋ ସହ ବାଇକ ରାଲି କରି ଦେଖାଇଲେ ଶକ୍ତି ପ୍ରଦର୍ଶନ | ପ୍ରଚାର ମୈଦାନରେ ସ୍ବାଧିନ ପ୍ରାର୍ଥି ସୌମ୍ଯରଂଜନ ପଟ୍ଟନାୟକ, ଘସିପୁରା ନିର୍ବାଚନ ମଣ୍ତଳିରେ ବାଇକ ଶୋଭାଯାତ୍ରାରେ ଗାଁକୁ ଗାଁ ବୁଲି କରୁଛନ୍ତି ନିର୍ବାଚନୀ ପ୍ରଚାର।
ଏହି ପରିପ୍ରେକ୍ଷିରେ ଆଜି ପଦନା ଠାରୁ ଏକ ବିରାଟ ବାଇକ ଶୋଭାଯାତ୍ରା ବାହାରି ବିଭିନ୍ନ ପଞ୍ଚାୟତରେ ପରିକ୍ରମା କରିବା ସହ ନିଜ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି । ସାଈକୂଳ ବଜାରରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିଥିଲେ |
ଏହି ଅବସରର ବିଜେଡିକୁ ସିଧା ସଳଖ ଟର୍ଗେଟ କରିବା ସହ ଘସିପୁରାରେ ବଦ୍ରି ପାତ୍ରଙ୍କ ଦୁର୍ନିତିଗ୍ରସ୍ତ ଶାସନ ରୁ ମୁକ୍ତି ପାଇଁ ଅଟୋ ଚିହ୍ନରେ ମୋହର ମାରିବାକୁ ଭୋଟରଙ୍କୁ ନିବେଦନ କରିଥିଲେ, ଶୋଭାଯାତ୍ରାରେ ଯୁବକ ମାନଙ୍କ ଅଭୁତପୂର୍ଣ୍ଣ ସମର୍ଥନ ମୋତେ ଅଭିହିତ କରିଛି ବୋଲି କହିଛନ୍ତି ସୌମ୍ଯରଂଜନ ।