ଓଡ଼ିଆ ନ୍ୟୁଜ୍: ADG ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ପୋଲିସ୍ ପରିଚାଳନା ଦାୟିତ୍ୱ।ପୁରୀ ରଥଯାତ୍ରା ପାଇଁ ପୋଲିସ୍ ପରିଚାଳନା ଦାୟିତ୍ୱରେ ରହିବେ।ଶରଧାବାଲିରେ ଅଘଟଣ ପରେ ସୌମେନ୍ଦ୍ରଙ୍କୁ ନୂଆ ଦାୟିତ୍ବ।ରାଜ୍ୟ ପୋଲିସ୍ ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି। ରାଜ୍ୟ ସରକାର ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ବ ଦେଇଛନ୍ତି। ଏନେଇ ରାଜ୍ୟ ପୁଲିସ ମୁଖ୍ୟାଳୟ ଦ୍ୱାରା ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି।
ସେ ଚଳିତ ବର୍ଷର ପୁରୀ ରଥଯାତ୍ରାର ପରିଚାଳନା ଦାୟିତ୍ୱରେ ରହିବେ। ଏହି ନିଷ୍ପତ୍ତି ଶରଧାବାଲିରେ ଘଟିଥିବା ଏକ ଦଳାଚକଟା ପରେ ନିଆଯାଇଛି।ଶରଧାବାଲିରେ ଆଜି ଭୋର ୪ଟାରେ ଘଟିଥିବା ଅଘଟଣ ପରେ ରାଜ୍ୟ ସରକାର ଓ ପୁଲିସ ପ୍ରଶାସନ ଦ୍ୱାରା ଏକ ସକ୍ରିୟ ପଦକ୍ଷେପ ନିଆଯାଇଛି। ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏହି ଦାୟିତ୍ୱ ଦେବା ଦ୍ୱାରା ରଥଯାତ୍ରା ସମୟରେ ସୁରକ୍ଷା ଓ ପରିଚାଳନାକୁ ବଳବତ୍ତର କରିବା ଉଦ୍ଦେଶ୍ୟ ରହିଛି। ପୁରୀର ରଥଯାତ୍ରା ଏକ ଗୁରୁତ୍ଵପୂର୍ଣ୍ଣ ଧାର୍ମିକ ଅନୁଷ୍ଠାନ ହୋଇଥିବାରୁ ଏଠାରେ ରଥଯାତ୍ରା ସମୟରେ ଦୈନିକ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ଆଗମନ ହେଉଛି। ଏତେ ସଂଖ୍ୟାରେ ଭିଡ଼ ସଫଳ ପରିଚାଳନା ପାଇଁ ପ୍ରଶାସନ ଗମ୍ଭୀର ରହିଛି।ଶରଧାବାଲିରେ ଅଘଟଣ ଘଟିଲା ପରେ ରାଜ୍ୟ ସରକାର ଆଜି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ପୁରୀ ଏସ୍ପି ବିନିତ ଅଗ୍ରୱାଲଙ୍କ ସ୍ଥାନରେ ପିନାକ ମିଶ୍ରଙ୍କୁ ଅବସ୍ଥାପିତ କରିଛନ୍ତି।