ଭରତପୁର ଥାନା ମାମଲାରେ ବିରୋଧିକୁ ସୌମ୍ୟଙ୍କ ଟାର୍ଗେଟ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭରତପୁର ଥାନା ମାମଲାରେ ବିରୋଧିକୁ ସୌମ୍ୟଙ୍କ ଟାର୍ଗେଟ । କହିଲେ ଗୋଟିଏ ଘଟଣାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କହିହେବନି । ୨୫ ବର୍ଷର ସରକାରକୁ ୧୦୦ ଦିନର ସରକାର ସହ ତୁଳନା ଠିକ ନୁହେଁ ବୋଲି କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ସୂଚନାଯୋଗ୍ୟ ଯେ, ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କଲାଣି ।

ଘଟଣାକୁ ନେଇ ଶାସକ ଓ ବିରୋଧି ମୁହଁମୁହିଁ ହେଲେଣି ।  ଏହି ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଛନ୍ତି ପୂର୍ବତନ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, ଗୋଟିଏ ଘଟଣାକୁ ନେଇ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ବୋଲି କହି ହେବନାହିଁ। ଏହି ସରକାରକୁ ଅଧିକ ସମୟ ଦେବାକୁ ପଡ଼ିବ। ୨୫ ବର୍ଷର ସରକାରର ଅବସାନ ପରେ ୧୦୦ଦିନର ସରକାର ସହିତ ତୁଳନା କରିବା ଠିକ ନୁହେଁ। ନୂଆ ସରକାରଙ୍କ ଯଦି  ବିଲକ୍ଷଣ ଦେଖୁଛନ୍ତି ସେଥିରେ ପୂର୍ବ ସରକାରଙ୍କ ଛୁଙ୍କ ଥିବ। ୧୦୦ ଦିନରେ କୌଣସି ସରକାରଙ୍କୁ ଆଇନଶୃଙ୍ଖଳା ନେଇ ପ୍ରଶ୍ନ କରିବା ଉଚିତ ନୁହେଁ।

୨୦୦ ଦିନ ପୂରିଲେ ଯାହା ଅଭିଯୋଗ କରିବେ ‌େସଥିରେ ସହମତ ହେବେ। ଏବେ ଆଇନଶୃଙ୍ଖଳା ନେଇ ଯେଉଁମାନେ ପ୍ରଶ୍ନ କରୁଛନ୍ତି ସେମାନେ ଆଗରୁ କେଉଁଠି ଥିଲେ? ଏବେ ଗାତରୁ ବାହାରି କହୁଛନ୍ତି ବୋଲି କଟାକ୍ଷ କରିଛନ୍ତି ଶ୍ରୀ ପଟ୍ଟନାୟକ। ଗତକାଲି ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିବା ସହ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ। ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ଟ୍ୱିଟ୍‌ କରି ଓଡ଼ିଶାରେ ଆଇନବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ।

Comments are closed.