ଆଜି ଘଟଗାଁ ବ୍ଲକରେ ଶକ୍ତି ପ୍ରଦର୍ଶନ କଲେ ସୌମ୍ୟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଘଟଗାଁ ବ୍ଲକରେ ଶକ୍ତି ପ୍ରଦର୍ଶନ କଲେ ସୌମ୍ୟ | ଆଜି ଘଷିପୁରା ନିର୍ବାଚନ ମଣ୍ଡଳୀ ଘଟଗାଁ ବ୍ଲକ ର ବିଭିନ୍ନ ପଞ୍ଚାୟତରେ ରାଲି ଓ ପଦଯାତ୍ରା କରି ଶକ୍ତି ପ୍ରଦର୍ଶନ କରିବା ସହ ଭୋଟ ଭିକ୍ଷା କରିଛନ୍ତି |

ଘଷିପୁରା ନିର୍ବାଚନ ମଣ୍ଡଳୀ ର ସ୍ଵାଧୀନ ବିଧାୟକ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ,ବଲଭଦ୍ରପୂର୍,ବସନ୍ତପୁର, ରୁଟିଶିଳା, ମୁକୁନ୍ଦପୁରପାଟଣା, ଉପର ଡିହା, ବଡପିଛୁଲା ଆଦି ପଞ୍ଚାୟତରେ ବିଶାଳ ବାଇକ୍ ଓ ଅଟୋ ରାଲି କରିଛନ୍ତି ସୌମ୍ୟରଞ୍ଜନ |

ପାଖାପାଖି ୨୦୦ ଅଟୋ,୫୦୦ ରୁ ଉର୍ଦ୍ଧ୍ବ ବାଇକ୍ ଓ ୫୦୦୦ ରୁ ଉର୍ଦ୍ଧ୍ବ ସମର୍ଥକଙ୍କ ଗହଣରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା,ଏହି ପରିପ୍ରେକ୍ଷୀରେ ବିଭିନ୍ନ ସ୍ଥାନରେ ମା ମାଉସୀ ମାନେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବନ୍ଦାପନା କରିବା ଶହ ଆଶୀର୍ବାଦ ଦେଉଥିବା ଦେଖିବାକୁ ମିଳିଥିଲା ।ସମସ୍ତ ଙ୍କୁ ଅଟୋ ଚିନ୍ହ ରେ ଭୋଟ ଦେବା ପାଇଁ ବିନତି କରିଥିଲେ ସୋମ୍ୟ ।

Leave A Reply

Your email address will not be published.