ଦକ୍ଷିଣ ଓଡିଶାର ଲୋକେ ପାଇବେ ଉନ୍ନତମାନର ଚିକିତ୍ସା, ବ୍ରହ୍ମପୁର ବଡ଼ ମେଡିକାରେ ବେଡ଼ ସଂଖ୍ୟା ୧୫୫୦କୁ ବୃଦ୍ଧି କରାଯାଇଛି
ଓଡିଆ ନ୍ୟୁଜ୍(ବ୍ୟୁରୋ): ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଉନ୍ନତି ମୂଳକ କାର୍ଯ୍ୟକୁ ନେଇ ବ୍ରହ୍ମପୁର ବିଧାୟକ ଓ ସାଂସଦଙ୍କ ତତ୍ବାବଧାନରେ ଆଜି ସ୍ଥାନୀୟ ଷ୍ଟେସନ ରୋଡ଼ ସ୍ଥିତ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା , ସାଂସଦ ଚନ୍ଦ୍ର ଶେଖର ସାହୁ, ମେୟର ସଂଘମିତ୍ରା ଦଳେଇ, ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଜେଡ଼ି ମୁଖପାତ୍ର ତୁମ୍ବନଥ ପଣ୍ଡା, ମହାନଗର ସଭାପତି ଅଜିତ କୁମାର ଦାସ, ମହାନଗର ସଭାନେତ୍ରୀ ସୋନାଲି ଗନ୍ତାୟତ ପ୍ରମୁଖ ମଞ୍ଚାସିନ ଥିଲେ ।ବ୍ରହ୍ମପୁର ବଡ଼ ମେଡିକାଲର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ଦୃଷ୍ଟି ଦେଉ ଆସୁଛନ୍ତି । ପୂର୍ବ ଅପେକ୍ଷା ଏହି ମେଡିକାଲରେ ବହୁବିକାଶ ଓ ଉନ୍ନତି କାର୍ଯ୍ୟ କରାଯାଇଛି। ରୋଗୀ ମାନଙ୍କୁ ଉତ୍ତମ ଚିକିତ୍ସା ସେବା ମଧ୍ୟ ଯୋଗାଇ ଦିଆଯାଉଥିବା ନେଇ ବ୍ରହ୍ମପୁର ବିଧାୟମ ବିକ୍ରମ ପଣ୍ଡା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।
ଡାକ୍ତରଖାନାକୁ ନେଇ ବିଜେପି ଦୋମୁହାଁ ନୀତି ଅବଲମ୍ବନ କରୁଥିବା ଏଠାରେ ବିଧାୟକ ପଣ୍ଡା କହିବା ସହ ଏପରି ସ୍ଥଳେ ରାଜନୀତି କରିବା ଠିକ୍ ନୁହେଁ ବୋଲି ସେ କହିଥିଲେ। ଗଣମାଧ୍ୟମ ବ୍ୟକ୍ତିମାନଙ୍କ ଏପରି ଧାରଣା ପାଇଁ ସେ ଦୁଃଖ ପ୍ରକାଶ କରିବା ସହିତ ସାଂସଦ ଓ ବିଧାୟକ ନିଜେ ବାହାର ଜିଲ୍ଲାରେ ରହିଥିବା ଯୋଗୁଁ ଉଭୟେ ଘଟଣାସ୍ଥଳକୁ ଆସିପାରିନଥିବା କହିଥିଲେ । ତେବେ ବାଚସ୍ପତିଙ୍କ ସହ ସାମ୍ବାଦିକମାନେ ଆଲୋଚନା କରିଥିବା ଯୋଗୁଁ ଏଥିପାଇଁ ସଭିଏଁଙ୍କୁ ସାଧୁବାଦ ଜଣାଇଥିଲେ। ଏହି ଡାକ୍ତରଖାନାରେ ଲାଗି ରହିଥିବା ସମସ୍ତ ସମସ୍ୟାର ସମାଧାନ ନେଇ ଆଲୋଚନା କରାଯିବା ସହ ପଦକ୍ଷେପ ଗ୍ରହଣ କରାଯାଉଥିବା ବ୍ରହ୍ମପୁର ସଂସଦ ଚନ୍ଦ୍ରଶେଖର ସାହୁ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ କି ଗତ ପାଞ୍ଚବର୍ଷ ଭିତରେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରାୟ ୪୯୦ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଭିତ୍ତିଭୂମି ବିକାଶ କରାଯାଇଥିବା ବେଳେ, ଆଉ ୬ କୋଟି ଟଙ୍କା ଖର୍ଚ କରାଯିବା ପାଇଁ ପ୍ରସ୍ତାବ ରହିଥିବା ଏହି ସାମ୍ବାଦିକ ସମ୍ମଳନୀରେ କହିଥିଲେ ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା । ଚଳିତ ବର୍ଷ ଏହି ହସ୍ପିଟାଲରେ ମେଡ଼ିକାଲ ଓ ସର୍ଜିକାଲ Gastro Enterology ବିଭାଗ ଖୋଲାଯିବା ଫଳରେ ଦକ୍ଷିଣ ଓଡ଼ିଶାର ଦୀର୍ଘଦିନର ଦାବି ପୂରଣ ହୋଇଥିବା ଏଠାରେ କୁହାଯାଇଥିଲା । ଚଳିତ ବର୍ଷ ନବ ନିର୍ମିତ ସୁପର ସ୍ପେସିଆଲିଟି ବିଲଡିଂ ଟିକୁ କାର୍ଯ୍ୟକ୍ଷମ କରାଯାଇ ଦଶଟି ବିଭାଗରେ ଉନ୍ନତମାନର ଚିକିତ୍ସା ଉପଲବ୍ଧ ହୋଇପାରିଛି । ଏହାର ଫଳ ସ୍ବରୂପ ପ୍ରତ୍ୟେକ ଦିନ ହାରାହାରି ୩୦ଜଣ ରୋଗୀଙ୍କର ଡାୟାଲେସିସ ହୋଇପାରୁଛି । କାର୍ଡିଓଲୋଜି ବିଭାଗରେ କେବଳ ଗତ ମାସରେ ୨୭ଜଣ ରୋଗୀଙ୍କ ଏନଜିଓଗ୍ରାମ୍ କରାଯାଇଥିବା ବେଳେ ୩୨ଜଣଙ୍କ ଷ୍ଟେଣ୍ଟିଙ୍ଗ୍ ହୋଇପାରିଛି ।ଏମବିବିଏସ୍ ସିଟ୍ ସଂଖ୍ୟା ୨୫୦କୁ ବୃଦ୍ଧି କରାଯିବା ସହ ବିଭିନ୍ନ ବିଭାଗରେ ପିଜି ସିଟ୍ ସଂଖ୍ୟା ବୃଦ୍ଧି କରାଯାଇଛି । କାର୍ଡିଓଲୋଜି ଓ ଏଣ୍ଡୋକ୍ରାଇନୋଲୋଜି ବିଭାଗରେ ୦ ସିଟ ଖଳାଯିବା ସହ ଚଳିତ ବର୍ଷରୁ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଏମସିଏଚ ପାଠ୍ୟକ୍ରମରେ ଆଡମିଶନ ନିମନ୍ତେ ପ୍ରସ୍ତାବ ରହିଛି ।
ଟ୍ରୋମାକେର ସେଣ୍ଟରକୁ ଆଧୁନିକୀକରଣ କରାଯାଇ ଏହାର ଉପର ମହଲା ନିର୍ମାଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ମେଡ଼ିକାଲ କଲେଜରେ ଡାକ୍ତରଙ୍କ ଅନୁମୋଦିତ ପଦବୀ ପୂରଣ ନିମନ୍ତେ ଯୁଦ୍ଧକାଳୀନ ଭିତିରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଯାହାର ଫଳ ସ୍ବରୂପ ଗତ ସପ୍ତାହରେ ୩୧ଜଣ ସହକାରୀ ପ୍ରାଧ୍ୟାପକ, ଟ୍ୟୁଟର ଓ ସୟର ରେସିଡେଣ୍ଟଙ୍କୁ ନିଯୁକ୍ତି ଦେବା ସହ ପବନ୍ମତି ଭିତିରେ ଚୁକ୍ତିଭିରିକ ସହଯୋଗୀ ପ୍ଲାପଳ ନିଯୁକ୍ତି ଆରମ୍ଭ କରଯାଇଛି ।ସର୍ଭେରୀ ବିଭାଗରେ ବର୍ଣ୍ଣ ୟୁନିଟ ଖୋଲାଯିବ ପାଇଁ ନିଷ୍ପତି ଗ୍ରହଣ କରାଯାଇ ଆବଶ୍ୟକୀୟ ଡାକ୍ତର, ନର୍ସକୁ ନିଯୁକ୍ତି ଥିବା କୁହାଯାଉଛି । ୨୦ ଶଯ୍ୟା ବିଶିଷ୍ଟ ଆସିୟୁ ବ୍ଲକକୁ ସମ୍ପ୍ରସାରଣ କରାଯାଇ ୫୪ ଶଯ୍ୟାକୁ ବୃଦ୍ଧି କରାଯାଇଛି । ତତସହିତ ୭୮ ଶଯ୍ୟା ବିଶିଷ୍ଟ ନୂତନ ଆଇସିୟୁ ବ୍ଲକ ନିର୍ମାଣାଧୀନ ଅଛି। ଏହା ସହିତ ୫୦ ଶଯ୍ୟା ବିଶିଷ୍ଟ ସ୍ପେସିଆଲ କ୍ୟାବିନ ବ୍ଲକ ନିର୍ମାଣ ଶେଷହୋଇଛି ।ରୋଗୀଙ୍କୁ ନେବା ଆଣିବା ସକାଶେ ତିନିଗୋଟି ବ୍ୟାଟେରୀ ଗାଡି ଉପଲବ୍ଧ କରାଯାଇପାରିଛି।

ହସ୍ପିଟାଲର ପ୍ରତ୍ୟହ ଓ.ପି.ଡି ରୋଗୀ ସଂଖ୍ୟା ପାଞ୍ଚ ହଜାରକୁ ବୃଦ୍ଧି ପାଇଥିବା ବେଳେ ପ୍ରତିଦିନ ଆଡମିଶଳ ଚାରିସହକୁ ବୃଦ୍ଧି ପାଇଛି ।ତଦନୁଯାଇ ହସ୍ପିଟାଲର ବେଡ଼ ସଂଖ୍ୟା ୧୫୫୦କୁ ବୃଦ୍ଧି କରାଯାଇଛି । ଏମ.ଆର.ଆଇ, ସିଟି ସ୍କାନ ତଥା ସମସ୍ତ ଡାକ୍ତରୀ ପରୀକ୍ଷା ରାଜ୍ୟ ସରକାରଙ୍କ ତରଫରୁ ମାଗଣାରେ ଉପଲବ୍ଧ ହେବାସହ ନିରାମୟ ଯୋଜନାରେ ଆବଶ୍ୟକୀୟ ଔଷଧ ମାଗଣାରେ ବିତରଣ କରାଯିବା ହେତୁ, ହସ୍ପିଟାଲର ରୋଗୀ ସଂଖ୍ୟା ବୃଦ୍ଧି ପାଇଛି । ବ୍ରହ୍ମପୁର ସିଟି ହସ୍ପିଟାଲରେ ୧୯୩ ଶଯ୍ୟା ବିଶିଷ୍ଟ ଇନଡୋର ବିଲଡିଂ,ନୂତନ ଗାଇନୀକ୍ ବିଲଡିଂ, ୨୪ ଶଯ୍ୟା ବିଶିଷ୍ଟ ପେଡିଆଟ୍ରିକ୍ ଓ ୨୦ ଶଯ୍ୟା ବିଶିଷ୍ଟ ପେଡିଆଟ୍ରିକ ୱାର୍ଡ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ନୂତନ ଓପିଡ଼ି ବିଲଡିଂ” କାର୍ଯ୍ୟକ୍ଷମ ହୋଇପାରିଛି । ବ୍ରହ୍ମପୁର ସହରରେ ୯ଟି ୟୁପିଏଚସି କାର୍ଯ୍ୟକ୍ଷମ ଥିବା ବେଳେ ନୂତନ ଭାବେ ୬ଟି ୟୁପିଏଚସି ନିର୍ମାଣଧ୍ବନ ଅଛି ।