ଓଡ଼ିଆ ନ୍ୟୁଜ୍: ନବୀନ ପଟ୍ଟନାୟକଙ୍କୁ ସିଧା ନିଶାନା କଲେ ସୌଭିକ୍ ବିଶ୍ବାଳ। ‘ବାପାଙ୍କ ପ୍ରତି ହୋଇଥିବା ଅପମାନକୁ ସହ୍ୟ କରିପାରିବି ନାହିଁ’।‘ଯଦି ଏଥିପାଇଁ ମୋତେ ଗୁଳି ଖାଇବାକୁ ପଡ଼େ ତାହାଲେ ସାମ୍ନା କରିବି’।‘କେବଳ ବାପାଙ୍କ ପାଇଁ ମୋତେ ବିଧାନସଭା ଯିବାକୁ ସୁଯୋଗ ମିଳିଛି’।‘ମୋତେ ନିଲମ୍ବନ ନୁହେଁ ବହିଷ୍କାର କରିଥିଲେ ଖୁସି ହୋଇଥାନ୍ତି’।‘ବାପାଙ୍କୁ ବହିଷ୍କାରର ୫ ଦିନ ପରେ ମୋତେ ନବୀନ ନିବାସରୁ ଡାକରା ଆସିଥିଲା’।‘ଭାବିଥିଲି ମୋତେ ବାପାଙ୍କ ବାବଦରେ ଡାକି କିଛି କହିବେ ବୋଲି’।‘ମାତ୍ର ମୋତେ ନିର୍ମାଲ୍ୟ ଛୁଆଁଇ ସଂତୃପ୍ତ ମିଶ୍ରଙ୍କୁ ଭୋଟ ଦେବାକୁ କହିଲେ’।‘ମୁଁ ସିଧା ମନା କରିଥିଲି, ଏହି ନିଷ୍ପତ୍ତି ମୁଁ ନେଇ ପାରିବିନି, ବାପା ନେବେ’।
ରାଜ୍ୟସଭା ନିର୍ବାଚନ ପୂର୍ବରୁ ମୋତେ ନବୀନ ନିବାସ ଡକାଯାଇଥିଲା । ମୋ ସାଙ୍ଗରେ ୭ ଜଣ ବିଧାୟକ ବନ୍ଧୁ ମଧ୍ୟ ଉପସ୍ଥିତ ଥିଲେ । ସେତେବେଳେ ନିର୍ମାଲ୍ୟ ଛୁଇଁ ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ କୁହାଯାଇଥିଲା, କିନ୍ତୁ ମୁଁ ନବୀନ ବାବୁଙ୍କୁ ହାତଯୋଡି ସତ କହିଥିଲି । ମୁଁ ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍ ଦେଇପାରିବି ନାହିଁ । ମୋ ବାପାଙ୍କୁ ଅସମ୍ମାନ କରାଯାଇଛି, ପୁଅ ହୋଇ ମୁଁ କେମିତି ତାଙ୍କ ବିରୋଧରେ ଯାଇପାରିବି । ମୋ ବାପାଙ୍କୁ ଯେଉଁଭଳି ଅତ୍ୟାଚାର କରାଯାଇଛି ମୁଁ ସହି ପାରିବିନାହିଁ । ୨୦୦୪ରେ ପ୍ରଭାତ ବିଶ୍ୱାଳ ଟିକେଟ୍ ପାଇଁ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ କିନ୍ତୁ ତାଙ୍କୁ ଟିକେଟ୍ ଦିଆଗଲାନାହିଁ ।
ମୋ ବାପା ବାରମ୍ବାର ବିଧାୟକ ଭାବରେ ବିଜୟ ଲାଭ କରିଛନ୍ତି । ୩୬ ସଂଘରେ ୩୦ ବର୍ଷ ହେବା ସଭାପତି ଏବଂ ଉପଦେଷ୍ଟା ଭାବରେ କାର୍ଯ୍ୟ କରିଆସୁଛନ୍ତି । ଆମେ ଅର୍ଥ ଲୋଭି ନୁହେଁ । ଆମେ ନା ପୂର୍ବରୁ ଅର୍ଥ ପାଇଁ ଲଢ଼ିଛୁ ନା ପରେ ନା ଭବିଷ୍ୟତରେ ଲଢ଼ିବୁ । ଘୋଡା ବେପାର ଏବଂ ପ୍ରଭାତ ବିଶ୍ୱାଳ ଦୁଇଟି ଅଲଗା ଅଲଗା ରାସ୍ତା ବୋଲି ସୌଭିକ୍ କହିଛନ୍ତି ।