ପୁଣି ସ୍ଥଗିତ ହେଲା ସ୍ପେଶାଲ OTET

0

ଓଡ଼ିଆ ନ୍ୟୁଜ୍: ଆସନ୍ତା ୩୧ରେ ହେବାକୁ ଥିବା ସ୍ପେଶାଲ OTET ସ୍ଥଗିତ। OTET ସ୍ଥଗିତ ନେଇ ସୂଚନା ଜାରି କଲା BSE।ଅନିବାର୍ଯ୍ୟ କାରଣ ପାଇଁ ପରୀକ୍ଷା ସ୍ଥଗିତ ଘୋଷଣା।ଖୁବ୍‌ ଶୀଘ୍ର OTET ହେବ ବୋଲି ଜଣାଇଲା ବୋର୍ଡ। ଗତ ଜୁଲାଇ ୨୦ ତାରିଖରେ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ହେବାର ଥିଲା। ପେପର-୧ ଓ ପେପର-୨ ପାଇଁ ୭୫ ହଜାର ଶିକ୍ଷକ ପରୀକ୍ଷା ଦେଇଥାନ୍ତେ। ପରୀକ୍ଷା ଦେବା ପାଇଁ ପ୍ରାର୍ଥୀମାନେ ସେମାନଙ୍କର ପରୀକ୍ଷା କେନ୍ଦ୍ରରେ ପହଞ୍ଚି ସାରିଥିଲେ। ହଠାତ ସକାଳୁ ସକାଳୁ ପରୀକ୍ଷା ସ୍ଥଗିତ ରଖାଯାଇଥିଲା।

ଫଳରେ ପରୀକ୍ଷାର୍ଥୀମାନେ ନିରାଶ ହୋଇଥିଲେ। ଏହି ଦୁଇଟି ପେପରର ହାତଲେଖା ପ୍ରଶ୍ନ ଓ ତାହାର ଉତ୍ତର ସୋସିଆଲ ମିଡିଆରେ ଘୁରି ବୁଲିଥିବା ଅଭିଯୋଗ ହୋଇଥିଲା। ଏହା ପରେ ବୋର୍ଡ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା କଥା କୁହାଯାଉଥିଲା। ଗତ ୧ ତାରିଖ ଦିନ ବୋର୍ଡ ପକ୍ଷରୁ କୁହାଯାଇଥିଲା ଯେ, ଆସନ୍ତା ୩୧ ତାରିଖ ଦିନ ସ୍ପେଶାଲ ଓଟିଇଟି ପରୀକ୍ଷା ଦୁଇଟି ସିଟିଂରେ କରାଯିବ। ପ୍ରଥମ ସିଟିଂ ସକାଳ ୯ଟାରୁ ସାଢେ ୧୧ଟା ଯାଏ ପେପର୍‌-୧ ପରୀକ୍ଷା ହେବ। ଏପରିକି ପୂର୍ବାହ୍ନ ୨ଟାରୁ ସାଢେ ୪ଟା ଯାଏ ପେପର୍‌-୨ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା। ଅଗଷ୍ଟ ୨୨ରୁ ୱେବସାଇଟ୍‌ରେ ପରୀକ୍ଷାର୍ଥୀ ନିଜ ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ।

Leave A Reply

Your email address will not be published.