ଭିଡିଓ ଗ୍ରାଫର ମାନସ ସ୍ବାଇଁ ହତ୍ୟା ଘଟଣା: ମାଷ୍ଟର ମାଇଣ୍ଡ ୱେବ ମାଲିକାଣିକୁ ଧରିବା ପାଇଁ ରାଜ୍ୟ ବାହାରକୁ ଗଲା ପୋଲିସର ସ୍ବତନ୍ତ୍ର ଟିମ୍
ଓଡିଆ ନ୍ୟୁଜ୍(ବ୍ୟୁରୋ): କ୍ୟାମେରାମ୍ୟାନ୍ ହତ୍ୟା ପଛରେ ୱେବ ମାଲିକାଣି ମାଷ୍ଟର ମାଇଣ୍ଡ। ମାନସ ସ୍ୱାଇଁ ହତ୍ୟା ପଛରେ ରହିଛି ୱେବ ଚ୍ୟାନେଲ ମାଲିକାଣୀଙ୍କ ହାତ। ସେ ଫେରାର ଥିବାବେଳେ ତାଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ପୋଲିସର ୨ଟି ସ୍ୱତନ୍ତ୍ର ଟିମ୍ ରାଜ୍ୟ ବାହାରକୁ ଯାଇଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ଆଣି କ୍ରାଇମ ସିନ୍ ରିକ୍ରିଏସନ୍ କରିଛି ଚାନ୍ଦବାଲି ପୋଲିସ। ପୋଲିସ ସୂଚନା ଅନୁସାରେ, ଫେବୃୟାରୀ ୭ ତାରିଖରେ ନୟାଗଡ଼ ରଣପୁର ଥାନା ଗୋଡ଼ିପୋଖରୀ ଗାଁର ମାନସ ସ୍ୱାଇଁଙ୍କୁ ଚାନ୍ଦବାଲି ନାଲଗୁଣ୍ଡାରୁ ଅପହରଣ କରାଯାଇଥିଲା। ୱେବ ମାଲିକାଣୀ ଓ ତାର ୫ ସହଯୋଗୀ ମାନସଙ୍କୁ ଅପହରଣ କରି ଭୁବନେଶ୍ୱରରେ ଏକ ଆଶ୍ରମରେ ହତ୍ୟା କରିଥିଲେ। ପ୍ରମାଣ ନଷ୍ଟ ପାଇଁ ରଣପୁର ଥାନା ଗୋଡ଼ିପୋଖରୀ ପାଖରେ ମୃତଦେହ ପୋତି ଦେଇଥିଲେ ଅଭିଯୁକ୍ତ । ମୃତ ମାନସ ସ୍ୱାଇଁ େଓ୍ଵବ୍ ମିଡିଆରେ କ୍ୟାମେରାମ୍ୟାନ ଭାବରେ କାମ କରୁଥିଲେ । ରଣପୁର ନରେନ୍ଦ୍ରପୁର ପଞ୍ଚାୟତ ବଧିପାଟଣା ଗାଁ ନିକଟ ଜଙ୍ଗଲରୁ ମାଟି ଖୋଳି ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଖୁବ୍ଶୀଘ୍ର ଅନ୍ୟମାନେ ଧରାହେବେ ବୋଲି କହିଛନ୍ତି ଚାନ୍ଦବାଲି SDPO।
ପୋଲିସର ଦୁଇଟିସ୍ୱତନ୍ତ୍ର ଟିମ ରାଜ୍ୟ ବାହାରକୁ ଯାଇଛି। ୱେବ ଚ୍ୟାନେଲର ମାଲିକାଣି ଓ ତାଙ୍କ ସହଯୋଗୀ ଅନ୍ୟ ଜଣେ ମହିଳା ରାଜ୍ୟବାହାରକୁ ଚାଲିଯାଇଥିବା ପୋଲିସ ସୁରାକ ପାଇଛି। ହତ୍ୟାକାଣ୍ଡରେ ଭୁବନେଶ୍ୱରର ୩ ଜଣଙ୍କୁ ଗିରଫ କରିଛି ପୋଲିସ। ତାଙ୍କୁ ଆଣି କ୍ରାଇମ ସିନ ରିକ୍ରିଏଟ କରିଛି ଚାନ୍ଦବାଲି ପୋଲିସ। ସେମାନଙ୍କୁ ଚାନ୍ଦବାଲିର ଅପହରଣ ସ୍ଥାନ, ଭୁବନେଶ୍ୱର ଦୟାଲ ଆଶ୍ରମ ଯେଉଁଠାରେ ତାଙ୍କୁ ହତ୍ୟା କରାଯାଇଥିଲା ଓ ନୟାଗଡ଼ ଗୋଡ଼ିଆପୋଖରୀ ନିଆଯାଇଥିଲା। କିପରି ଅପହରଣ, ହତ୍ୟା କରାଯାଇଥିଲା ଓ ପରେ ପ୍ରମାଣ ନଷ୍ଟ ପାଇଁ ପୋତିଦେଇଥିଲେ ସେ ନେଇ ଡେମୋ କରିଦେଖାଇଛନ୍ତି ୩ ଅଭିଯୁକ୍ତ। ଖୁବଶୀଘ୍ର ମାଷ୍ଟର ମାଇଣ୍ଡ ଓ ତା ସହଯୋଗୀଙ୍କୁ ଧରିବେ ବୋଲି କହିଛନ୍ତି ଚାନ୍ଦବାଲି SDPO ଦେବୀଶଙ୍କର ପ୍ରତାପ