ବାପୁଜୀ ନଗରରେ ସ୍ପୋଟ୍ସ ଏମ୍ପୋରିୟମ୍‌ର ନୂଆ ଷ୍ଟୋର, ଗୋଟେ ଛାତ ତଳେ ଖେଳ ଓ ଜିମ୍‌ର ସମସ୍ତ ଉପକରଣ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବାପୁଜୀ ନଗର ଭୁବନେଶ୍ୱରରେ ସ୍ପୋଟ୍ସ ଏମ୍ପୋରିୟମ୍‌ର ନୂଆ ଷ୍ଟୋର ଆରମ୍ଭ ହୋଇଛି । ଭୁବନେଶ୍ୱରରେ ପୂର୍ବରୁ ଜନପଥ ଓ ଜୟଦେବ ବିହାରରେ ଷ୍ଟୋର ରହିଥିବା ବେଳେ ଏହା ତୃତୀୟ ଷ୍ଟୋର । ଏଠାରେ ଗୋଟେ ଛାତ ତଳେ ଖେଳ, ଜିମ୍ ସହ ଅନ୍ୟାନ୍ୟ ଉପକରଣ ସୁଲଭ ମୂଲ୍ୟରେ ମିଳିପାରିବ । ଯେପରିକି କ୍ରିକେଟ୍‌, ଫୁଟବଲ, ହକି, ବ୍ୟାଡ଼ମିଣ୍ଟନ, ଜିମ୍ ଉପକରଣ, ଆଥଲେଟ୍ ପୋଷାକ, ସନ୍ତରଣ ପୋଷାକ, ଟ୍ରଫି ଭଳି ଅନେକ ନାମୀଦାମୀ ବ୍ରାଣ୍ଡ ଏଠାରେ ଉପଲବ୍ଧ ରହିଛି ।

ନୂଆ ଷ୍ଟୋର ଉଦ୍‌ଘାଟନ ଅବସରରେ ଏହି ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ । ଗୋଟେ ମାସ ପର୍ଯ୍ୟନ୍ତ ଏହି ରିହାତିର ଲାଭ ଗ୍ରାହକମାନେ ଉଠାଇପାରିବେ । ସବୁଠୁ ବଡ଼ କଥା ହେଉଛି ଯେ ଗ୍ରାହକମାନେ ଏଠାକୁ ଷ୍ଟୋର ବୁଲିକି ପସନ୍ଦ ମୁତାବକ କ୍ରୟ କରିପାରିବେ । ୧୯୭୮ ମସିହାରେ ଆରମ୍ଭ ହୋଇଥିବା ସ୍ପୋଟ୍ସ ଏମ୍ପୋରିୟମ୍ ଆଗାମୀ ଭୁବନେଶ୍ୱର ସହ ଓଡ଼ିଶାର ଅନ୍ୟ ସ୍ଥାନରେ ଷ୍ଟୋର ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ଉଦ୍‌ଘାଟନ ସମୟରେ ଷ୍ଟୋରର ମାଲିକ ପ୍ରମୋଦ କୁମାର ଧୁପର, ସୁଧିର ଧୁପର, ରୌନକ ଧୁପର, ସାହିଲ ଧୁପର, ଦେଭମ ଧୁପର, ଆରତି ଧୁପର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.