ବଳକା ସିଟ୍‌ରେ ହେବ ସ୍ପଟ୍‌ ଆଡ୍‌ମିଶନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):ୟୁଜି, ପିଜି, ବି.ଏଡ୍‌/ଏମ୍‌.ଏଡ୍‌ ପାଠ୍ୟକ୍ରମର ବଳକା ସିଟ୍‌ ରେ ହେବ ସ୍ପଟ୍‌ ଆଡମିଶନ । ଉଚ୍ଚଶିକ୍ଷା ବିଭାଗ ଅଧୀନ ଶିକ୍ଷାନୁଷ୍ଠାନଗୁଡିକରେ ଖାଲିଥିବା ୭୮,୦୬୦ ସିଟ୍‌ ରେ ହେବ ସ୍ପଟ୍‌ ଆଡମିଶନ । ଆସନ୍ତା ୧୧ରୁ ୧୫ ତାରିଖ ମଧ୍ୟରେ ନାମଲେଖା ପାଇଁ ଆବେଦନ କରାଯିବ ।

୧୯ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ ଓ ୨୧ ତାରିଖରେ ନାମଲେଖା ଅନୁଷ୍ଠିତ ହେବ। ତେବେ ପିଜି, ବି.ଏଡ୍‌/ ଏମ୍‌.ଏଡ୍‌ ପାଠ୍ୟକ୍ରମ ନିମନ୍ତେ ପ୍ରବେଶିକା ପରୀକ୍ଷା ଦେଇ ର଼୍ୟାଙ୍କ୍‌ ପାଇଥିବା ଛାତ୍ରୀଛାତ୍ର ଆବେଦନ କରିପାରିବେ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ‘ଏକ୍ସ’ରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ସୂଚନାନୁସାରେ, ରାଜ୍ୟର ମୋଟ ୧୦୫୮ କଲେଜରେ ୟୁଜି ପାଠ୍ୟକ୍ରମରେ ୨,୭୪,୩୪୩ ସିଟ୍‌ ରହିଥିବାବେଳେ ୨,୦୩୯୨୩ ସିଟ୍‌ରେ ନାମଲେଖା ହୋଇଛି ଓ ୭୦, ୪୨୦ ସିଟ୍‌ ଖାଲି ପଡ଼ିଛି।

କଳା ବିଭାଗରେ ୨୭,୩୪୩ ସିଟ୍‌ ଖାଲି ରହିଥିବାବେଳେ ଫିଜିକାଲ୍‌ ସାଇନ୍ସରେ ୧୭,୨୬୧ ସିଟ୍‌, ବାୟୋଲୋଜିକାଲ ସାଇନ୍ସରେ ୬,୩୪୨ ସିଟ୍‌, ବାଣିଜ୍ୟରେ ୧୩,୯୫୨ ସିଟ୍‌, ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମରେ ୧,୯୩୬ ସିଟ୍‌ ଏବଂ ସଂସ୍କୃତରେ ୩,୫୮୨ ସିଟ୍‌ରେ ନାମଲେଖା ହୋଇନାହିଁ। ତେବେ ପିଜି, ବି.ଏଡ୍‌/ ଏମ୍‌.ଏଡ୍‌ ପାଠ୍ୟକ୍ରମ ନିମନ୍ତେ ପ୍ରବେଶିକା ପରୀକ୍ଷା ଦେଇ ରାଙ୍କ ପାଇଥିବା ଛାତ୍ରୀଛାତ୍ର ଆବେଦନ କରିପାରିବେ ।

Leave A Reply

Your email address will not be published.