ଡବଲ ଲଘୁଚାପ ପ୍ରଭାବରେ କାଚିବ ବର୍ଷା, ସତର୍କ କରାଇଲେ ଏସଆରସି

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ରାଜ୍ୟରେ ଆସନ୍ତା ୨୬ କିମ୍ବା ୨୭ ତାରିଖ ପର୍ୟ୍ୟନ୍ତ ବର୍ଷା ହେବ। ପଶ୍ଚିମ ଓଡିଶାରେ ଦିନେ ଦୁଇ ଦିନ ବର୍ଷା ଲାଗି ରହିବ । ତା ପରେ ଉପକୂଳ ଓଡ଼ିଶାରେ ବର୍ଷା ହେବ । ଏ ନେଇ ଏସଆରସି ସତ୍ୟବ୍ରତ ସାହୁ ଲୋକମାନଙ୍କୁ ସତର୍କ କରାଇଛନ୍ତି । ସେ କହିଛନ୍ତି ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି । ଯାହା ଯାହା ପ୍ରସ୍ତୁତ କରିବା କଥା କରାଯାଇଛି ।

ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜଳସମ୍ପଦ ବିଭାଗର ଗ୍ରାଉଣ୍ଡରେ ଥିବା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖିବାକୁ କୁହାଯାଇଛି । ଅନ୍ୟ ବିଭାଗ ସମସ୍ତେ ପ୍ରସ୍ତୁତ ହୋଇ ରହିବେ । ଜିଲ୍ଲା ପ୍ରଶାସନମାନେ ପ୍ରସ୍ତୁତ ହୋଇ ଅଛନ୍ତି । ମାଲକାନଗିରି ଜିଲ୍ଲାପାଳଙ୍କ ସହିତ କଥା ହୋଇଛି । ସମସ୍ତେ ପ୍ରସ୍ତୁତ ହୋଇ ଅଛନ୍ତି । ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣାଧୀନ ରହିଛି । କୌଣସି ସ୍ଥାନରେ ଅସ୍ଵାଭାବିକ ପରିସ୍ଥିତି ସୃଷ୍ଟି ହୋଇନାହିଁ । ୭ରୁ ୮ ଜିଲ୍ଲାକୁ ଛାଡ଼ି ଦେଲେ ବାକି ସବୁ ଜିଲ୍ଲାରେ ଆବଶ୍ୟକତା ଅନୁସାରେ ସ୍ୱାଭାବିକ ବର୍ଷା ହୋଇଛି । ଚାଷ ପାଇଁ ଭଲ ବର୍ଷା ହୋଇଛି । ଆସନ୍ତା ୩ ରୁ ୪ ଦିନ ଭଲ ବର୍ଷା ହେଲେ ଚାଷ ଓ ଚାଷୀଙ୍କ ପାଇଁ ଅନୁକୂଳ ହେବ । ଚାଷ କାର୍ୟ୍ୟ ଠିକ ଭାବେ ଚାଲିଛି । ରାଜ୍ୟର ନଦୀ ଖାଲି ଥିଲା । ହୀରାକୁଦର ଗେଟ ଖୋଲିଲେ ଅସୁବିଧା କିଛି ନାହିଁ । ଅନ୍ୟପଟେ ଛତିଶଗଡ କଲମା ଡ୍ୟାମର ସବୁ ଗେଟ ଖୋଲିଦେବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି ।

Leave A Reply

Your email address will not be published.