ଆୟୁର୍ବେଦିକ୍ ଓ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

0

ଓଡ଼ିଆ ନ୍ୟୁଜ୍: ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜ ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ୍‌ ବୃଦ୍ଧି।ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି ୨୦୨୬ ଜାନୁଆରୀ ପହିଲାରୁ ଲାଗୁହେବ। ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ୩୧ ହଜାରରୁ ୪୮ ହଜାରକୁ ବୃଦ୍ଧି। ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ୩୨ ହଜାରରୁ ୫୨ ହଜାରକୁ ବଢ଼ିଲା।ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ୩୩ ହଜାରରୁ ୫୫ ହଜାରକୁ ବଢ଼ିଲା। ହାଉସ୍ ସର୍ଜନଙ୍କ ଷ୍ଟାଇପେଣ୍ଡ୍‌ ମଧ୍ୟ ବୃଦ୍ଧି, ଚଳିତ ଅଗଷ୍ଟ ପହିଲାରୁ ପିଛିଲା ଲାଗୁ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ପକ୍ଷରୁ ସୋମବାର ପ୍ରକାଶିତ ଏକ ବିବୃତ୍ତି ଅନୁଯାୟୀ, ଆୟୁର୍ବେଦ ଏବଂ ହୋମିଓପାଥିରେ ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ନିଆଯାଇଥିବା ଏହି ନିଷ୍ପତ୍ତିରେ ପ୍ରାୟ ୧୨୦ ଜଣ ପିଜି ଛାତ୍ରଛାତ୍ରୀ ଉପକୃତ ହେବେ।ପ୍ରଥମ ବର୍ଷ ପିଜି ଛାତ୍ର ଷ୍ଟାଇପେଣ୍ଡ ୫୫ ପ୍ରତିଶତ ବୃଦ୍ଧି କରାଯାଇ ମାସିକ ୩୧,୦୦୦ ଟଙ୍କାରୁ ୪୮,୦୦୦ ଟଙ୍କା କୁ ବୃଦ୍ଧି କରାଯାଇଛି। ଦ୍ୱିତୀୟ ବର୍ଷ ପିଜି ଛାତ୍ର ଷ୍ଟାଇପେଣ୍ଡ ୬୨ ପ୍ରତିଶତ ବୃଦ୍ଧି କରାଯାଇ ୩୨,୦୦୦ ଟଙ୍କାରୁ ୫୨,୦୦୦ ଟଙ୍କା କୁ ବୃଦ୍ଧି କରାଯାଇଛି। ତୃତୀୟ ବର୍ଷ ପିଜି ଛାତ୍ର ଷ୍ଟାଇପେଣ୍ଡ ସର୍ବାଧିକ ୬୭ ପ୍ରତିଶତ ବୃଦ୍ଧି କରାଯାଇ ୩୩,୦୦୦ ଟଙ୍କାରୁ ୫୫,୦୦୦ ଟଙ୍କା କୁ ବୃଦ୍ଧି କରାଯାଇଛି। ଏହି ସମସ୍ତ ବର୍ଦ୍ଧିତ ଷ୍ଟାଇପେଣ୍ଡ ହାର ଆସନ୍ତା ଜାନୁଆରୀ ୧, ୨୦୨୬ ଠାରୁ ଲାଗୁ ହେବ।

Leave A Reply

Your email address will not be published.