ଦୁଇ ବରିଷ୍ଠ ନେତା ସହଦେବ ଖାଖା ଏବଂ ଶେଖ୍ ମେହେତାବ ମହମ୍ମଦଙ୍କ ନିଧନରେ ରାଜ୍ୟ ବିଜେପିର ଶୋକ

0

 ଓଡିଆ ନ୍ୟୁଜ୍(ବ୍ୟୁରୋ): ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ ସୁନ୍ଦରଗଡ଼ ଜିଲ୍ଲାର ପୂର୍ବତନ ସଭାପତି ସହଦେବ ଖାଖା ଏବଂ ସଂଖ୍ୟାଲଘୁ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ତଥା ବରିଷ୍ଠ ନେତା ଶେଖ୍ ମେହେତାବ ମହମ୍ମଦଙ୍କ ଗତକାଲି ନିଧନ ଘଟିଛି । ସ୍ୱର୍ଗତ ଖାଖାଙ୍କ ସୁନ୍ଦରଗଡରେ ପରଲୋକ ହୋଇଛି । ଜଣେ ସୁସଙ୍ଗଠକ ଭାବେ ପରିଚିତ ସ୍ୱର୍ଗତ ଖାଖା ସୁନ୍ଦରଗଡ ଜିଲ୍ଲାରେ ପାର୍ଟିର ସଂଗଠନକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସ୍ୱର୍ଗତ ଖାଖାଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ ପରିବାରବର୍ଗଙ୍କୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଓ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ଗଭୀର ସମବେଦନା ଜଣାଇଛନ୍ତି ।

ସେହିପରି ସଂଖ୍ୟାଲଘୁ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ତଥା ବରିଷ୍ଠ ନେତା ଶେଖ୍ ମେହେତାବ ମହମ୍ମଦଙ୍କ ମଧ୍ୟ ଗତକାଲି ତାଙ୍କ ନୂଆପଡା ଜିଲ୍ଲା ଖରିଆର ରୋଡ ସ୍ଥିତ ବାସଭବନରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କର ୩ପୁଅ ଉପସ୍ଥିତ ଥିଲେ । ସ୍ୱର୍ଗତଃ ମହମ୍ମଦ ଜଣେ ମେଳାପୀ, ମିଷ୍ଟଭାଷୀ, ସୁସଂଗଠକ, ପରୋପକାରୀ, ରାଷ୍ଟ୍ରବାଦୀ ଚିନ୍ତାଧାରାର ଜଣେ ଲୋକଥିଲେ । ସ୍ୱର୍ଗତଃ ମହମ୍ମଦଙ୍କ କାର୍ଯ୍ୟ ଓ ଅବଦାନ ଚିର ସ୍ମରଣୀୟ ହୋଇ ରହିବ ଏବଂ ତାଙ୍କ ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଗଭୀର ଶୋକ ବ୍ୟକ୍ତ କରି ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର କହିଛନ୍ତି । ଦୁଇ ବରିଷ୍ଠ ନେତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ ପରିବାର ବର୍ଗଙ୍କ ପ୍ରତି ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଏବଂ ବିରୋଧୀ ଦଳର ନେତା ଶ୍ରୀ ମିଶ୍ର ସମବେଦନା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.