ସର୍ଭେ ରିପୋର୍ଟ ଆସିବା ପରେ ଏମିତି ପ୍ରତିକ୍ରିୟା ରଖିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) :  ୨୪ରେ ପୁଣି ଏନଡିଏ ସରକାର ଗଢ଼ିପାରେ ବୋଲି ଏକ ସର୍ଭେରୁ ଆକଳନ କରାଯାଇଛି । ଓପିନିୟନ୍ ପୋଲକୁ ନେଇ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।   ସେ କହିଛନ୍ତି ଆଗାମୀ ଦଶ ମାସରେ ମହାନଦୀ,ସୁବର୍ଣ୍ଣରେଖାରେ ବହୁତ ପାଣି ବହିବ । ସମୟ ବହୁତ ଅଛି,ଆମେ ପ୍ରସ୍ତୃତ ହେବା,ଆମ ସ୍ଥିତି ଦୃଢ ଅଛି । ଭାରତରେ ଧ୍ରୃବୀକରଣ ଆରମ୍ଭ ହୋଇଛି,ବିଜେପି ଏଥିରେ ଆଗକୁ ଯିବ ।

ସଂସଦ ନିର୍ବାଚନ ଫଳାଫଳ ଲାଗି ମେ ଦ୍ୱତୀୟ ସପ୍ତାହକୁ ଅପେକ୍ଷା କରିବା ।ଆମ ସର୍ଭେ ରିର୍ପୋଟ ଆମ ପାଖରେ ପହଞ୍ଚି ସାରିଛି । ଆମ ପାର୍ଟି ସର୍ଭେ ରିପୋର୍ଟକୁ ଆଧାର କରି ଅଧିକ ପରିଶ୍ରମ କରିବୁ । ଏବେ ୮ରୁ ଅଧିକ ଅଛି, ଅପ୍ରତ୍ୟାଶିତ ସିଟ ପାଇବୁ । ସହଜରେ ରାଜ୍ୟରେ ସରକାର କରିବୁ,ଅଧିକ ଲୋକସଭା ସିଟ୍ ଦେବୁ । ପୁଣି ରାଜ୍ୟରେ ଆଗୁଆ ନିର୍ବାଚନ ଆଗୁଆ ନିର୍ବାଚନ କଥା କହିଲେ ମନମୋହନ ସାମଲ କହିଛନ୍ତି । ବିଧାନସଭା ନିର୍ବାଚନ ଆଉ ଅଢେଇ ମାସରେ ହେବ ବୋଲି କହିଛନ୍ତି ।

ଦେଢବର୍ଷ ତଳେ ଯାହା କହିଛି ଅକ୍ଟୋବର ନଭେମ୍ବରରେ ନିର୍ବାଚନ ହେବ । ଅଢେଇମାସ ଲାଗି ରେଡ୍ଡି ଅଛୁ,ସଂସଦ ନିର୍ବାଚନ ଠିକ୍ ସମୟରେ ହେବ ବୋଲି କହିଛନ୍ତି ମନମୋହନ ସାମଲ ।

Leave A Reply

Your email address will not be published.