ଓଡିଆ ଝିଅ ଶ୍ରୀମତୀ ଦ୍ରୈାପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକାଠି ଦେଖିଲେ ଟିମ୍

0

 ଓଡିଆ ନ୍ୟୁଜ୍(ବ୍ୟୁରୋ): ଆଜି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ଗର୍ବ ଏବଂ ଐତିହାସିକ ଦିନ । ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ମହାମହିମ୍ ରାଷ୍ଟ୍ରପତି ଭାବେ ଓଡିଆ ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରିଛନ୍ତି । ପ୍ରଥମ ଓଡ଼ିଆ ଏବଂ ଦେଶର ପ୍ରଥମ ଆଦିବାସୀ ମହିଳାଭାବେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ସମସ୍ତ ଓଡିଆଙ୍କୁ ଗୈାରବ୍ୱାନିତ କରିଛି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଉପାନ୍ତ ଅଂଚଳରେ ଏକ ସାଧାରଣ ଜନଜାତି ପରିବାରରୁ ଆସି ଶ୍ରୀମତୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତି ପଦରେ ଅଳଂକୃତ ହୋଇଥିବାରୁ ସମାଜର ସାଧାରଣ ଲୋକ, ବଂଚିତ, ମହିଳା, ଜନଜାତି ତଥା ଦେଶର ସମସ୍ତ ବର୍ଗର ଲୋକ ଆଜି ଆନନ୍ଦିତ । ଦେଶ ସ୍ୱାଧୀନତାର ୭୫ ବର୍ଷ ପୁର୍ତି ଅବସରରେ ଭାରତ “ଆଜାଦୀ କି ଅମୃତ ମହୋତ୍ସବ” ପାଳନ ସମୟରେ ଦେଶରେ ୫୦% ଊର୍ଦ୍ଧ୍ୱ ମହିଳା ଥିବା ପୃଷ୍ଠଭୂମିର ନେତୃତ୍ୱ ମହାମହିମ ରାଷ୍ଟ୍ରପତି ପଦରେ ଅଂଳକୃତ ହେବା ଦେଶ ନୂଆ ଇତିହାସ ସୃଷ୍ଟି କରିଛି । ସନ୍ଥକବି ଭୀମଭୋଇଙ୍କ ମହାନ ବାଣୀ “ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ” କୁ ନିଜ ଅଭିଭାଷଣରେ ପ୍ରକାଶ କରି ଶ୍ରୀମତୀ ମୁର୍ମୁ ଓଡିଆ ତଥା ଓଡିଶାବାସୀଙ୍କୁ ଆଜି ଦେଶ ସମେତ ବିଶ୍ୱ ଦରବାରରେ ଗର୍ବିତ କରାଇଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ସ୍ୱାଧୀନତାର ୭୫ ବର୍ଷ ପୁର୍ତି ଅବସରରେ ଭାରତ “ଆଜାଦୀ କି ଅମୃତ ମହୋତ୍ସବ” ପାଳନ କରୁଥିବା ସମୟରେ ଓଡିଶାବାସୀଙ୍କ ପାଇଁ ସ୍ୱାଧୀନତା ପରବର୍ତୀ ସର୍ବଶ୍ରେଷ୍ଠ ଉପହାର ପ୍ରଦାନ କରିଥିବାରୁୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡାଙ୍କୁ ଶ୍ରୀ ମହାନ୍ତି ରାଜ୍ୟବାସୀଙ୍କ ତରଫରୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଆଜି ରାଜ୍ୟ କାର୍ଯ୍ୟାଳୟରେ ପାରମ୍ପରିକ ନାଚ, ଗୀତ ଓ ମିଷ୍ଠାନ ବଂଟନ କରି ବିଜୟ ଉତ୍ସବ ପାଳନ ଆରମ୍ଭ ହୋଇସାରିଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ ସମେତ ବହୁ ବିଧାୟକ, ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ସାମିଲ ହୋଇଥିଲେ । ଏହା ପରେ ସମସ୍ତେ ଏକାଠି ହୋଇ ଶପଥ ଗ୍ରହଣ ଉତ୍ସବ ସମାରୋହ କାର୍ଯ୍ୟକ୍ରମକୁ ଦେଖିଥିଲେ ।
(ବିଜେପି ମିଡିଆ ସେଲ୍‌)

Leave A Reply

Your email address will not be published.