ଓଡ଼ିଆ ନ୍ୟୁଜ୍: ଫେବ୍ରୁଆରୀ ୧୭ ତାରିଖରୁ ବିଧାନସଭା ବଜେଟ୍ ଅଧିବେଶନ।ଦୁଇଟି ପର୍ଯ୍ୟାୟରେ ଚାଲିବ ବିଧାନସଭା ବଜେଟ୍ ଅଧିବେଶନ।ଫେବ୍ରୁଆରୀ ୨୦ରେ ଆଗତ ହେବ ବଜେଟ୍-୨୦୨୬।ଏପ୍ରିଲ ୮ ତାରିଖ ଯାଏଁ ଚାଲିବ ବଜେଟ୍ ଅଧିବେଶନ।ପ୍ରଥମ ଦିନ ଗୃହରେ ଅଭିଭାଷଣ ରଖିବେ ରାଜ୍ୟପାଳ। ଫେବ୍ରୁଆରୀ ୨୩ ଓ ୨୪ରେ ବଜେଟ୍ ଉପରେ ଗୃହରେ ଆଲୋଚନା କରାଯିବ । ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ଗୃହକୁ ସମ୍ୱୋଧନ କରି ନିଜ ଅଭିଭାଷଣ ରଖିବେ । ଏହା ପରେ ରାଜ୍ୟପାଳଙ୍କ ସହ ଅଭିଭାଷଣ ଉପରେ ଧନ୍ୟବାଦ ଦିଆଯିବ ।
ଦୁଇଟି ପର୍ଯ୍ୟାୟରେ ଚାଲିବ ବଜେଟ ଅଧିବେଶନ । ବଜେଟ ଅଧିବେଶନରେ ମୋଟ ୨୯ଟି କାର୍ଯ୍ୟ ଦିବସ । ପ୍ରଥମ ପର୍ଯ୍ୟାୟରେ ୭ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୨ଟି କାର୍ଯ୍ୟ ଦିବସ ରହିଛି । ମାର୍ଚ୍ଚ ୩୧ ବିଧାନସଭାରେ ବ୍ୟୟମଞ୍ଜୁରୀ ବିଲ୍ ବିଧାନସଭାରେ ପାରିତ ହେବ ।