୧୫ ବର୍ଷରୁ ଉର୍ଦ୍ଧ୍ବ ଗାଡିଗୁଡିକୁ ବନ୍ଦ କରିବାକୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ବିରୋଧ: ଧାରଣାରେ ବସିଲା ରାଜ୍ୟ ବସ ମାଲିକ ସଙ୍ଘ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଧାରଣାରେ ବସିଲା ରାଜ୍ୟ ବସ ମାଲିକ ସଙ୍ଘ। କଟକ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା। ସାଧାରଣ ସମ୍ପାଦକ ଦେବେନ୍ଦ୍ର ନାଥ ସାହୁଙ୍କ ସୂଚନା। ସ୍କାରପିଙ୍ଗ ନିୟମରେ ୧୫ ବର୍ଷରୁ ଉର୍ଦ୍ଧ୍ବ ଗାଡିଗୁଡିକୁ ବନ୍ଦ କରିବାକୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ବିରୋଧ। ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି।
ଦିନ ସମୟରେ ସ୍ଲିପର କୋଚ୍ ବସ ଚଳାଇ ବାକୁ ଅନୁମତି ନ ଦେବାକୁ ବିରୋଧ। ଗାଡି ବିକ୍ରି ସମୟରେ ପରମିଟର ମାଲିକାନା ସତ୍ତ୍ୱ ପରିବର୍ତ୍ତନ ନେଇ ଥିବା ନିୟମକୁ ବିରୋଧ। ଗତ ନିର୍ବାଚନ ସମୟରେ ନିୟୋଜିତ ଗାଡି ବାବଦରେ ମାଲିକମାନଙ୍କୁ ବକେୟା ଅର୍ଥ ପ୍ରଦାନ ପାଇଁ ଦାବି। ଦାବିଗୁଡିକ ପୂରଣ ନ ହେଲେ ଆସନ୍ତା ୭ ତାରିଖ ସଧାରଣ ପରିଷଦ ବୈଠକରେ ଚରମ ନିଷ୍ପତ୍ତି ନେବ ସଙ୍ଘ।