ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଗାମୀ ତିନିବର୍ଷ ପର୍ଯ୍ୟନ୍ତ ଚାଲୁ ରହିବ କାଳିଆ ଯୋଜନା। ଏଥିପାଇଁ 5 ହଜାର 933କୋଟି ଟଙ୍କାର ଅଟକଳକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ। ରାଜ୍ୟର କୃଷକ ମାନଙ୍କ ର ଆୟ ବୃଦ୍ଧି 255 କୋଟି ଟଙ୍କା ବ୍ୟୟ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। କୋଭିଡ ମହାମାରୀ ସମୟରେ ବିଜୁ ଶିଶୁ ସୁରକ୍ଷା ଯୋଜନା ଅଧୀନରେ ଆର୍ଶୀବାଦ ଯୋଜନାକୁ ଉପ ଯୋଜନା ଭାବେ ପ୍ରଚଳନ କରିବାକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି। ଟର୍ଣ୍ଣି କି ଆଧାରରେ ମା ସମଲେଇ ମନ୍ଦିର ବିକାଶ ଯୋଜନା ପାଇଁ ଟେଣ୍ଡର କୁ କ୍ୟାବିନେଟ ମଞ୍ଜୁରୀ ଦେଇଛି।
18 ମାସରେ କାମ ସରିବ। ଏଥିପାଇଁ ଖର୍ଚ୍ଚ ହେବ 120 କୋଟି।ନବକୃଷ୍ଣ ଚୋଧୁରୀ ସେଚ ଉନ୍ନୟନ ଯୋଜନା 823.45 କୋଟି ଟଙ୍କା 5 ବର୍ଷରେ ଖର୍ଚ୍ଚ ହେବ। ଏହାକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି। ଏ ସମ୍ପର୍କରେ ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୃହକୁ ଅବଗତ କରାଇଛନ୍ତି।