ରାଜ୍ୟ କ୍ୟାବିନେଟରେ ୧୫ଟି ପ୍ରସ୍ତାବକୁ ମଞ୍ଜୁରୀ, ଭାରତୀୟ ହକି ଦଳର ଆଉ ୧୦ ବର୍ଷ ପ୍ରାୟୋଜକ ହେବ ଓଡ଼ିଶା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକର୧୫ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଆଜି କ୍ୟାବିନେଟ୍ ଅନୁମୋଦନ ଲାଭ କରିଥିବା ପ୍ରସ୍ତାବ ମଧ୍ୟରେ ପ୍ରମୁଖ ପ୍ରସ୍ତାବ ଗୁଡ଼ିକ ହେଲା:

1.କଟକ ରିଂ ରୋଡ ୬ ଲେନ ବିଶିଷ୍ଟ ହେବ ।

2.ଓଡିଶା ଇଭି ପଲିସି-୨୦୨୧ରେ ସଂଶୋଧନକୁ କ୍ୟାବିନେଟ ମୋହର ମିଳିଛି ।

3.ବିଦ୍ୟୁତ ବଣ୍ଟନ କମ୍ପାନୀଙ୍କୁ ମିଳିବ ଆର୍ଥିକ ସହାୟତା ।

4.ଓବିସି କମିସନ ସଂଶୋଧନ ନେଇ ଆସିଲା ଅଧ୍ୟାଦେଶ ।

5.ଅବକାରୀ ସବ ଇନସପେକ୍ଟର ନିଯୁକ୍ତି ନେଇ ନୂଆ ଅଧିନିୟମ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

6.ଓଡ଼ିଶା ଜଙ୍ଗଲସେବା କ୍ୟାଡରର ପୁନଃଗଠନ ହେବ ।

7.ଭାରତୀୟ ହକି ଦଳର ଆଉ ୧୦ ବର୍ଷ ପ୍ରାୟୋଜକ ହେବ ଓଡ଼ିଶା।୨୦୩୩ ପର୍ଯ୍ୟନ୍ତ ପ୍ରାୟୋଜକ ହେବାକୁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି,ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ଓଡ଼ିଶା।

8.ଇ-ଯାନ କ୍ରୟ ଉପରେ ରିହାତି ବୃଦ୍ଧି କରିବାକୁ କ୍ୟାବିନେଟ ନିଷ୍ପତ୍ତି,ଇ-ଯାନ କ୍ରୟ ଓ ପଞ୍ଜୀକରଣ ପାଇଁ ଦିଆଯାଉଥିବା ପ୍ରୋତ୍ସାହନ ରିହାତି ବୃଦ୍ଧି।

9.ଇସ୍ପାତ ଓ ଖଣି ବିଭାଗ ଅଧିନକୁ ଗଲା ଲଘୁ ଖଣିଜ ଦ୍ରବ୍ୟ କାରବାର,ରାଜସ୍ୱ ବିଭାଗ ଅଧିନରେ ଥିବା ଲଘୁ ଖଣିଜ ଦ୍ରବ୍ୟ ଖଣି ବିଭାଗକୁ ଗଲା ଖଣି ବିଭାଗ ଅଧିନକୁ ଯିବା ନେଇ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି।

10.ସାଧାରଣ ଭବିଷ୍ୟନିଧି ପାଣ୍ଠି ନିୟମରେ ସଂଶୋଧନକୁ ମଂଜୁରୀ ମିଳିଛି। ଭବିଷ୍ୟନିଧି ପାଣ୍ଠି ନିୟମରେ ସଂଶୋଧନକୁ ରାଜ୍ୟ କ୍ୟାବିନେଟର ମଂଜୁରୀ,ଗ୍ରାହକଙ୍କ ପାଇଁ ପରିବାର ସଂଜ୍ଞାରେ ପରିବାର ସଦସ୍ୟଙ୍କୁ ଗ୍ରହଣ କରାଯିବ ।

ଓଡ଼ିଶାରେ ଓବିସି ତାଲିକାରେ ଥିବା ଜାତି ଓ ସମ୍ପ୍ରଦାୟଙ୍କୁ ରାଜ୍ୟ ସରକାର SEBC ତାଲିକାରେ ଅନ୍ତର୍ଭୁକ୍ତ କରିପାରିବେ। ଏ ନେଇ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ ଅଧିନିୟମ ୧୯୯୩ର ସଂଶୋଧନ କରାଯାଇଛି। ଏ ନେଇ ଆସିବ ଅଧ୍ୟାଦେଶ। ଯାହାକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଓଡ଼ିଶାର ୨୨ଟି ଜାତି ଓ ସମ୍ପ୍ରଦାୟକୁ କେନ୍ଦ୍ର ଓବିସି ତାଲିକା ଭୁକ୍ତ କରିଛି। କିନ୍ତୁ ସେହି ଜାତି ଓ ସମ୍ପ୍ରଦାୟ ଓଡ଼ିଶାର ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ SEBCରେ ଅନ୍ତର୍ଭୁକ୍ତ ହୋଇ ପାରିନାହାନ୍ତି।

ସେହି ଜାତି ଓ ସମ୍ପ୍ରଦାୟର ସାମାଜିକ ଓ ଶିକ୍ଷାଗତ ଅନଗ୍ରସର। ସେମାନଙ୍କୁ ବିକାଶ ସ୍ରୋତରେ ସାମିଲ କରିବାକୁ SEBCରେ ଅନ୍ତର୍ଭୁକ୍ତ କରିବା ଜରୁରୀ ହୋଇ ପଡିଛି। ତେଣୁ OSCBC ଅଧିନିୟମ ସଂଶୋଧନ କରାଯାଇଛି। ଏବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଓଡ଼ିଶା ପାଇଁ ଓବିସି ତାଲିକାଭୁକ୍ତ ଥିବା ଜାତିଗୁଡିକୁ SEBC ତାଲିକାରେ ଅନ୍ତର୍ଭୁକ୍ତ କରିବା କ୍ଷମତା ରାଜ୍ୟ ସରକାରଙ୍କୁ ମିଳିବ।

 

Leave A Reply

Your email address will not be published.