ନେତାଙ୍କୁ ଜିଲ୍ଲା ଯୋଜନା କମିଟି ଦାୟିତ୍ବ

0

ଓଡ଼ିଆ ନ୍ୟୁଜ୍: ୩୦ ଜିଲ୍ଲା ପାଇଁ ଯୋଜନା କମିଟି ଗଠନ କଲେ ରାଜ୍ୟ ସରକାର। ଆହୁରି ସଠିକ୍ ଢ଼ଙ୍ଗରେ ହେବ ଜିଲ୍ଲାସ୍ତରରେ ଉନ୍ନୟନମୂଳକ କାର୍ଯ୍ୟର ଯୋଜନା ପ୍ରସ୍ତୁତି, ମନିଟରିଂ ଓ ମୂଲ୍ୟାଙ୍କନ । ଏଥିପାଇଁ ତତ୍ପର ହୋଇଛନ୍ତି ରାଜ୍ୟ ସରକାର । ୩୦ ଜିଲ୍ଲା ପାଇଁ ଗଠନ କରିଛନ୍ତି ଯୋଜନା କମିଟି । ମନ୍ତ୍ରୀ କିମ୍ବା ବିଧାୟକ ମାନେ ଏହି କମିଟିର ଅଧ୍ୟକ୍ଷ ରହିବେ । ଅନୁଗୁଳ- ଅଶୋକ ମହାନ୍ତି, ବଲାଙ୍ଗିର- ଲକ୍ଷ୍ମଣ ବାଗ୍‌। ବାଲେଶ୍ବର- ପଦ୍ମଲୋଚନ ପଣ୍ଡା, ବରଗଡ଼- ଅଶ୍ବିନୀ କୁମାର ଷଡ଼ଙ୍ଗୀ।ଭଦ୍ରକ- ସିତାଂଶୁ ଶେଖର ମହାପାତ୍ର, ବୌଦ୍ଧ- କହ୍ନାଇ ଚରଣ ଡାଙ୍ଗ।କଟକ- ଛବି ମଲ୍ଲିକ, ଦେବଗଡ଼- ମନ୍ତ୍ରୀ ସୁରେଶ ପୂଜାରୀ।ଢେଙ୍କାନାଳ- ସୀମାରାଣୀ ନାୟକ, ଗଜପତି- ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।ଗଞ୍ଜାମ- ପୂର୍ଣ୍ଣଚନ୍ଦ୍ର ସେଠୀ, ଜଗତସିଂହପୁର- ଅମରେନ୍ଦ୍ର ଦାସ।ଯାଜପୁର- ଆକାଶ ଦାଶନାୟକ, ଝାରସୁଗୁଡ଼ା- ଟଙ୍କଧର ତ୍ରିପାଠୀ।

କଳାହାଣ୍ଡି- ସୁଧିର ରଂଜନ ପାଟ୍ଟଯୋଶୀ, କନ୍ଧମାଳ- ଉମା ଚରଣ ମଲ୍ଲିକ।କେନ୍ଦ୍ରାପଡ଼ା- ଡ. ଦୁର୍ଗା ପ୍ରସନ୍ନ ନାୟକ, କେନ୍ଦୁଝର- ଫକୀର ମୋହନ ନାଏକ।ଖୋର୍ଦ୍ଧା- ପ୍ରଶାନ୍ତ କୁମାର ଜଗଦ୍ଦେବ, କୋରାପୁଟ- ରଘୁରାମ ମାଛ। ମାଲକାନଗିରି- ନରସିଂହ ମାଡକାମୀ, ମୟୂରଭଞ୍ଜ- ଭାସ୍କର ମଢେଇ। ନବରଙ୍ଗପୁର- ଗୌରିଶଙ୍କର ମାଝୀ, ନୟାଗଡ଼- ଦୁଷ୍ମନ୍ତ କୁମାର ସ୍ବାଇଁ।ନୂଆପଡ଼ା- ଜୟ ଢୋଲକିଆ, ପୁରୀ- ଓମ୍‌ ପ୍ରକାଶ ମିଶ୍ର।ରାୟଗଡ଼ା- ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସମ୍ବଲପୁର- ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।ସୁବର୍ଣ୍ଣପୁର- ରଘୁନାଥ ଜଗଦଲା, ସୁନ୍ଦରଗଡ଼- ଦୁର୍ଗା ଚରଣ ତନ୍ତି।

Leave A Reply

Your email address will not be published.