ଅବକାରୀ ଅଧିକାରୀଙ୍କ ତାଲିମ କର୍ମଶାଳା: ଚଢଉ, ଗିରଫଦାରୀ, ତଦନ୍ତ ଓ ସାକ୍ଷ୍ୟ ପ୍ରମାଣର ବିଭିନ୍ନ ଦିଗ ଉପରେ ତର୍ଜମା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟ ଅବକାରୀ କମିଶନର ଶ୍ରୀ ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଓ ଏନ୍.ଡି.ପି.ଏସ୍. ଆଇନ୍ ଉପରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଆଜି ଅବକାରୀ ନିର୍ଦ୍ଦେଶାଳୟ ରେ ଅଭାସିକ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ସମଗ୍ର ରାଜ୍ୟର ଅବକାରୀ ଅଧିକାରୀ ମାନେ ଯୋଗ ଦେଇଥିଲେ । କର୍ମଶାଳାରେ ଶ୍ରୀ ଶରତ ଚନ୍ଦ୍ର ସାମନ୍ତ ପବ୍ଲିକ ପ୍ରସିକ୍ୟୁଟର୍, ଖୋର୍ଧା ଓ ଶ୍ରୀ ରଶ୍ମୀ ରଞ୍ଜନ ବ୍ରହ୍ମା, ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର୍ ଅବକାରୀ ଓ ଏନ୍.ଡି.ପି.ଏସ୍. ଆଇନ ମତେ ଚଢଉ, ଗିରଫଦାରୀ, ତଦନ୍ତ ଓ ସାକ୍ଷ୍ୟ ପ୍ରମାଣର ବିଭିନ୍ନ ଦିଗ ଉପରେ ତର୍ଜମା କରିଥିଲେ।  ଶ୍ରୀ ଶରତ ଚନ୍ଦ୍ର ମହାପାତ୍ର, ଅବକାରୀ ଯୁଗ୍ମ ଆୟୁକ୍ତ ଓ ପି ଡି ଆର୍ ଆଇନ୍ ର କାର୍ଯ୍ୟ କାରିତା ଉପରେ ଆଲୋକ ପାତ କରିଥିଲେ।
ଏହାକୁ ଅବକାରୀ ଉପ ଆୟୁକ୍ତ ଶ୍ରୀ ରାମଚନ୍ଦ୍ର ମିଶ୍ର ପରିଚାଳନା କରିଥିଲେ । ଏଥି ସହିତ ଆଇନ୍ ଅନୁଯାୟୀ ଚଢାଉ, ଗିରଫଦାରୀ, ତଦନ୍ତ ଓ ସାକ୍ଷ୍ୟ ପ୍ରଦାନ ତଥା କେସ୍ ର୍ କମ୍ପାଉଡିଙ୍ଗ୍ ଏବଂ ବ୍ୟାର୍ଜାପ୍ତି ଉପରେ ତର୍ଜମା କରିଥିଲେ । ଏହି କର୍ମଶାଳାରେ ଅତିରିକ୍ତ ଆୟୁକ୍ତ ଶ୍ରୀଯୁକ୍ତ ରାମ ଚନ୍ଦ୍ର ପାଲଟା, ଯୁଗ୍ମ ଆୟୁକ୍ତ ଡକ୍ଟର ଦିବ୍ୟ ଲୋଚନ ମହାନ୍ତ, ରଜତ କୁମାର ପ୍ରହରାଜ, ଡମ୍ବରୁଧର ଖଣ୍ଡା, ଦଣ୍ଡପାଣି ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଅବକାରୀ ବିଭାଗକୁ ଅଧିକ ସକ୍ରିୟ କରାଯିବା ସହିତ ମାମଲାର ସଠିକ ପରିଚାଳନା, ଉପଯୁକ୍ତ ସାକ୍ଷ୍ୟ ପ୍ରଦାନ, ତ୍ୱରିତ ଫଏସଲା ଓ ଦୋଷୀଙ୍କୁ ଦଣ୍ଡ ପ୍ରଦାନ ପାଇଁ ଅବକାରୀ କମିଶନର ଶ୍ରୀ ସିଂହଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ମାସରେ ଏଭଳି ତାଲିମ/କର୍ମଶାଳା ହୋଇ ଅବକାରୀ କର୍ମଚାରୀମାନଙ୍କର ଦକ୍ଷତା ବୃଦ୍ଧି କରାଯାଉଛି ବୋଲି ଉପ ଆୟୁ୍ତ ଶ୍ରୀ ରାମଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.