ସାରା ଦେଶରେ ବନ କର୍ମଚାରୀଙ୍କ ମୃତ୍ୟୁ କାଳୀନ କ୍ଷତିପୂରଣ ଲାଗି ଆଣ ୟୁନିଫର୍ମ ପଲିସି,କେନ୍ଦ୍ର ସରକାରଙ୍କୁ ରାଜ୍ୟର ପ୍ରସ୍ତାବ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ହାତୀ ମଣିଶ ଲଢେଇ ଉଭୟ କେନ୍ଦ୍ର ଓ ରାଜ୍ୟ ପାଇଁ ଉଦେଵଗର ବିଷୟ। ହାତୀକୁ ବଞ୍ଚାଇବାକୁ ସ୍ୱତନ୍ତ୍ର କରିଡର ନିର୍ମାଣ ଉପରେ ଗୁରୁତ୍ୱ ଦେଲେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ସେପଟେ କେନ୍ଦ୍ର ସରକାରଙ୍କୁ ରାଜ୍ୟର ପ୍ରସ୍ତାବ। ସାରା ଦେଶରେ ବନ କର୍ମଚାରୀଙ୍କ ମୃତ୍ୟୁ କାଳୀନ କ୍ଷତିପୂରଣ ଲାଗି ଆଣ ୟୁନିଫର୍ମ ପଲିସି। ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ e କଥା କହିଛନ୍ତି। ହାତୀ ମଣିଷ ଲଢ଼େଇ ରାଜ୍ୟ ବନ ବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ଏଥିପାଇଁ ଏବେ ରାଜ୍ୟ ସରକାର ଗଜ ସାଥୀ, ଜନ ସୁରକ୍ଷା ଗଜ ରକ୍ଷା, ସୋଲାର ଫେନ୍ସିଂ ଭଳି ପଦକ୍ଷେପ ନେଇଛନ୍ତି ।

ଏହାଛଡ଼ା ମନ୍ତ୍ରୀ କହିଛନ୍ତି ରାଜ୍ୟରେ ହାତୀ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି ପାଇଁ ୨୦୨୩ ଅକ୍ଟୋବରରୁ ରାଜ୍ୟରେ ଆରମ୍ଭ ହେବ ଗଜ ଉତ୍ସବ ଅଭିଯାନ । ବିଶ୍ଵ ହାତୀ ଦିବସରେ ଉନ୍ମୋଚନ ହେଲା ୨ ପୁସ୍ତକ । ଏଲିଫାଣ୍ଟ କରିଡ଼ରସ ଅଫ ଇଣ୍ଡିଆ , ଏଲିଫାଣ୍ଟ ରିଜର୍ଭ ଅଫ ଇଣ୍ଡିଆ । ଭୁବନେଶ୍ଵରରେ ବିଶ୍ଵ ହାତୀ ଦିବସ ପାଳନ ଅବସରରେ ଏହି ଦୁଇ ପୁସ୍ତକର ଉନ୍ମୋଚନ କରିଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦର ସିଂ ଯାଦବ । ଉପସ୍ଥିତ ଥିଲେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ରାଷ୍ଟ୍ର ମନ୍ତ୍ରୀ ଅଶ୍ଵିନୀ କୁମାର ଚୌବେ, ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ଏ ଅବସରରେ ଦେଶରେ ହାତୀ ସୁରକ୍ଷା କ୍ଷେତ୍ରରେ କାମ କରିଥିବା ବିଭିନ୍ନ ରାଜ୍ୟର ବନ କର୍ମଚାରୀଙ୍କୁ ଗଜ ଗୌରବ ପୁରସ୍କାର ପ୍ରଦାନ କରାଯାଇଛି

Leave A Reply

Your email address will not be published.