ଷ୍ଟିଲ ପାୱାର ଲିମିଟେଡ୍ ଗ୍ରାମ ବାସୀଙ୍କୁ କରୁଚି ଜୁଲମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବଡ଼ବିଲର ଉଲିବୁରୁ ଠାରେ ଥିବା ଶ୍ରୀଜଗନ୍ନାଥ ଷ୍ଟିଲ ପାୱାର ଲିମିଟେଡ୍ ଗ୍ରାମ ବାସୀଙ୍କୁ କରୁଚି ଜୁଲମ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଉଳିବୁରୁ ଠାରେ ଥିବା ଶ୍ରୀ ଜଗନ୍ନାଥ ଷ୍ଟିଲ ଗ୍ରାମବାସୀଙ୍କ ଉପରେ ଚଳାଇଛି ଜୁଲମ ଏନେଇ ଗ୍ରାମ ବାସୀଙ୍କ ଅଭିଯୋଗ ପରେ ଗ୍ରାମରେ ପହଞ୍ଚିଲା ଭାରତୀୟ ମଜଦୂର ସେଲ ଟିମ୍ |

ଏହି ଟିମ୍ ଗ୍ରାମ ବାସୀଙ୍କ ସହିତ ଏକ ଆଲୋଚନା କରି ଗ୍ରାମ ବାସୀଙ୍କୁ ସହୋଜୋଗ କରିବାର ପ୍ରତି ସୃତି ଦେଇଛି । ଉଲୀବୁରୁ ଗ୍ରାମ ବାସୀଙ୍କ କହିବା ଅନୁଯାୟୀ 2003 ମସିହାରେ ଜଗନ୍ନାଥ ଷ୍ଟିଲ ଗ୍ରାମ ବାସୀଙ୍କ ଠାରୁ ଜମି କିଣିଥିଲେ ଓ ସମସ୍ତ ଜମି ମାଲିକଙ୍କୁ ସେଠାରେ କାମ ଦେବାର ପ୍ରତି ଶ୍ରୁତି ମଧ୍ୟ ଦେଇଥିଲା |

କିନ୍ତୁ ବର୍ତ୍ତମାନ ଗ୍ରାମବାସୀଙ୍କୁ ଜୁଲମ କରୁଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ପରେ ଗ୍ରାମରେ ପହଞ୍ଚିଲା ଭାରତୀୟ ମଜଦୂର ସେଲ ଟିମ୍  ପହଞ୍ଚି ଥିଲେ |

Leave A Reply

Your email address will not be published.