ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ନୃଶଂସ ହେଲା ସାବତ ମା | ପିଟି ପିଟି ହତ୍ୟା କରିବାକୁ ବସିଥିଲା ପୁଅ ଓ ଝିଅ କୁ, କିନ୍ତୁ ଉଦ୍ୟମ ହେଲା ବିଫଳ |ଘର ଭିତରେ ହାତ ଗୋଡ ବାନ୍ଧି ନିର୍ମମ ଭାବେ ଅତ୍ୟାଚାର କରୁଥିଲା ସାବତ ମା। ଜୀବନ ବିକଳରେ ଚିତ୍କାର କରୁଥିଲେ, ଅଧିକ ମାଡ଼ ମରା ଯାଉଥିଲା। ପ୍ରତିଦିନ ଏଭଳି ଚାଲିଥିବା ବେଳେ ଆଜି ସଵୁ ସୀମା ପାର ହୋଇ ଯାଇଥିଲା ସାବତ ମାର ।
ନିର୍ଯାତନା ସହି ନ ପାରି କୌଣସି ମତେ ଝିଅ ଖସି ଆସି ରାସ୍ତା ରେ କାନ୍ଦି କାନ୍ଦି ଯାଉଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରିବା ସହ ତା ଠାରୁ ସୂଚନା ପାଇ ପୁଅ କୁ ମଧ୍ୟ ଉଦ୍ଧାର କରି ଆଠଗଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଇ ଥିଲେ। ସୂଚନା ପାଇ ଆଠଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାବତ ମା ସହିତ ବାପା କୁ ଆଣି ଅଟକ ରଖିଥିବା ଜଣାପଡିଛି। ଘଟଣା ରୁ ପ୍ରକାଶ, ବାଙ୍କୀ ଥାନା ଅନ୍ତର୍ଗତ ଉପର ପାଥପୁର ଗ୍ରାମ ର ସ୍ଵର୍ଗତ ଶଙ୍କର୍ଷଣ ନନ୍ଦ ଙ୍କ ପୁଅ ସୁନୀଲ କୁମାର ନନ୍ଦ ଆଜକୁ ପ୍ରାୟ ୧୫ ବର୍ଷ ତଳେ ଖୋର୍ଦ୍ଧା ଚାନ୍ଦପୁର ଅଞ୍ଚଳ ର ତ୍ରିଭୁବନ ନନ୍ଦ ଙ୍କ ଝିଅ ସୁହାସିନୀ ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ସୌରଭ (୧୪) ଏବଂ ଝିଅ ସୌମ୍ୟାଶ୍ରୀ (୧୦) ଏବଂ ଅନ୍ୟ ଗୋଟିଏ ଚାରି ବର୍ଷର ଝିଅ ରହିଛି।
ତେବେ ଗତ ୪ ବର୍ଷ ତଳେ ସୁନୀଲ ଯାଜପୁର ଅଞ୍ଚଳ ର ପୂର୍ଣଚନ୍ଦ୍ର ଶତପଥୀ ଙ୍କ ଝିଅ ପୁଷ୍ପାଞ୍ଜଳୀ ଙ୍କୁ ଦ୍ଵିତୀୟ ଵିଵାହ କରିଥିଲେ। ଦ୍ଵିତୀୟ ପତ୍ନୀ ଙ୍କ ର ମଧ୍ୟ ଗୋଟିଏ ଦୁଇ ବର୍ଷ ର ଝିଅ ରହିଥିବା ଜଣାପଡିଛି। ଗାଡ଼ି ଡ୍ରାଇଭର ଥିବା ସୁନୀଲ ଗତ କିଛିଦିନ ଧରି ଆଠଗଡ଼ ଥାନା ଅନ୍ତର୍ଗତ ଷୋଳଘରିଆ ( ରାଧାବଲ୍ଲଭ ପୁର) ଅଞ୍ଚଳ ରେ ଭଡା ରେ ରହୁଥିଲେ।ଆଜି ସାବତ ମା ପୁଷ୍ପଲତା ଉଭୟ ସାବତ ପୁଅ ଏବଂ ଝିଅ କୁ ରଶି ରେ ବାନ୍ଧି ଲୁହାଖଡିକା,ଶଣ୍ଡୁଆସୀ,ନିର୍ମମ ଭାବରେ ପିଟି ଗୁରୁତର ଆହତ କରିଥିଲେ। ଦୀର୍ଘ ଦିନ ଧରି ଦୁଇ ଜଣ ଯାକ ଶିଶୁ ଖାଇବାକୁ ମାଗିଲେ ସାବତ ମା ମାଡ ମାରିବା ସହିତ ଅକଥନୀୟ ଅତ୍ୟାଚାର କରୁଥିବା ଉଦ୍ଧାର ହୋଇ ଥିବା ଦୁଇ ଭାଇ ଭଉଣୀ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଉଭୟ ଶିଶୁ ଆଠଗଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସାବତ ମା ଓଃ ବାପା ଆଠଗଡ଼ ଥାନା ରେ ଅଟକ ଥିବା ଜଣାପଡ଼ିଛି।