ସିନିୟର୍‌ ନିର୍ଯାତନାରୁ ସୁଇସାଇଡ କଲେ ବିଜେବି କଲେଜର ଛାତ୍ରୀ ! ପେlଲିସ ଜବତ କଲା ସୁଇସାଇଡ଼ ନୋଟ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ବିଜେବି କଲେଜର ଯୁକ୍ତ ୩ ଛାତ୍ରୀଙ୍କ ଆତ୍ମହତ୍ୟା । ମୃତଦେହ ନିକଟରୁ ଜବତ ହୋଇଛି ସୁଇସାଇଡ୍‌ ନୋଟ୍‌ । ଦୀର୍ଘ ଦିନ ଧରି ୩ ଜଣ ସିନିୟର୍‌ ନିର୍ଯାତନା ଦେଉଥିବା ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ କରିଛନ୍ତି ଛାତ୍ରୀ ଜଣକ । ସେମାନଙ୍କ ପାଇଁ ଜୀବନ ହାରିଥିବା ଲେଖିଛନ୍ତି ରୁଚିକା ମହାନ୍ତି । ସେହି ୩ ଜଣ ସିନିୟର କିଏ, ସେମାନଙ୍କ ବିଷୟରେ ତଥ୍ୟ ଖୋଜୁଛି ପୋଲିସ । ହଷ୍ଟେଲରେ ରହୁଥିବା ସମସ୍ତ ପିଲାଙ୍କୁ ପଚରାଉଚରା କରୁଛି । ପୋଲିସ ସୁଇସାଇଡ୍‌ ନୋଟ୍‌ ଜବତ କରି ହ୍ୟାଣ୍ଡ୍ରାଇଟିଂ ବ୍ୟୁରୋକୁ ପଠାଇଛି । ଆଜି ଅପରାହ୍ନରେ ବିଜେବି ଛାତ୍ରୀ ନିବାସରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ନିଜ ସୁଇସାଇଡ୍ ନୋଟରେ କିଛି ଏପରି ଲେଖିଛନ୍ତି ରୁଚିକା।

ମୁଁ ଜୀବନରେ ବହୁତ ଥକି ଗଲିଣି… ମୋ ବାପା ବୋଉ ଏତେ କଷ୍ଟକରି ପାଠ ପଢାଇଲେ… ମୋ ପାଠପଢା ପାଇଁ ଆମ ଘର ଲୋକଙ୍କ ଚଳିବା କଷ୍ଟ… ହେଲେ ହଷ୍ଟେଲରେ ମୋତେ ସିନିୟର ବହୁତ ଟର୍ଚର କଲେ… ୩ ଜଣ ସିନିୟର ମୋତେ ମେଣ୍ଟାଲି କଷ୍ଟ ଦେଲେ… ଆଉ ସହି ପାରିଲିନି… କି ଘରେ ବି କହି ପାରିଲିନି… ମୋତେ ମୋ ବାପା-ବୋଉ ଅଜା-ଆଈ, ମାମୁ-ମାଇଁ, ମଉସା-ମାଉସୀ ସମସ୍ତେ ବହୁତ ଭଲ ପାଆନ୍ତି… ବହୁତ ଆଶା କରିଥିଲେ ମୁଁ କଲେକ୍ଟର ହେବି… ହେଲେ ମୋତେ ସିନିୟର ମେଣ୍ଟାଲି ଡ୍ରିପେସ୍ କଲେ… ବାପା ମାଆ ପଇସା ଖର୍ଚ୍ଚ କରି ମୋତେ ପାଠ ପଢିବାକୁ ଛାଡିଲେ… ହେଲେ ତାଙ୍କ ପଇସାର କିଛି ମୂଲ୍ୟ ନାହିଁ… କାରଣ ସିନିୟର ମୋତେ ବହୁତ ଡ୍ରିପେସ୍ କଲେ… ସମସ୍ତେ ଜାଣିଛନ୍ତି… ଆମ କଲେଜରେ ରାଗିଂ ହୁଏନି… କିନ୍ତୁ ସିନିୟର, ହଷ୍ଟଲରେ ମୋତେ ବଞ୍ଚେଇ ଦେଲେନି… ମୋ ବାପା ବୋଉଙ୍କ ଲୁହରେ ସେମାନ ଭାସି ଯିବେ… ଜମା ଆଗକୁ ବଢି ପାରିବେନି… ମୁଁ ଏ କଥା କାହାକୁ କହି ପାରିଲିନି… କେବଳ ୩ ଜଣ ସିନିୟରଙ୍କ ପାଇଁ ମୁଁ ଜୀବନ ଦେଉଛି… ସେମାନେ କେବଳ ମୋ ଉପରେ ରାଗ ରଖି ମୋତେ ଡ୍ରିପେସ୍ କଲେ… ମୋତେ ପାଠ ବି ପଢେଇ ଦେଲେନି… ମୋ ରୁମ ମେଟ୍ କୁ ବି ଏ କଥା ମୁଁ କହି ପାରିଲିନି… ଶେଷରେ ଜୀବନ ହାରୁଛି….’ । ତେବେ ସୁଇସାଇଡ୍‌ ନୋଟ୍‌ରେ ଲେଖିଥିବା ୩ ଜଣ ସିନିୟର ଛାତ୍ରୀଙ୍କ ନାଁ ଲେଖିନାହାନ୍ତି ରୁଚିକା।

ସୂଚନା ମୁତାବକ ଛାତ୍ରୀ ରୁଚିକା ମହାନ୍ତି  ୩ କଳାର ଇତିହାସ ବିଭାଗର ପ୍ରଥମ ବର୍ଷରେ ପାଠ ପଢୁଥିଲେ। UPSC ପାଇଁ ମଧ୍ୟ ପ୍ରସ୍ତୁତି କରୁଥିଲେ ରୁଚିକା। ଏଣୁ ସେ ପାଠ ପଢାରେ ସମୟ ଦେବା ସହ ହଷ୍ଟେଲର ଅନ୍ୟ ଅନ୍ତେବାସୀଙ୍କ ସହ ଏତେ ମିଳାମିଶା କରୁନଥିଲେ। ଆଜି ସକାଳୁ କ୍ଲାସ କରିବାକୁ ନଯାଇ ସାଙ୍ଗ ରହୁଥିବା ୨୦୧ ରୁମ୍ ରେ ଏକାକୀ ରହିଥିଲେ। ସବୁ ପିଲା କ୍ଲାସ ଗଲା ପରେ ରୁଚିକା ଆତ୍ମହତ୍ୟା କରିଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.