ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଲେଜ ମନାମାନଙ୍କରେ ନିର୍ଵାଚନ କରିବା ଦାବି ଏବେ ଜୋର ଧରିବାରେ ଲାଗିଛି କାରଣ ଆଗରୁ କଲେଜ ନିର୍ଵାଚନ ଯେତେବେଳେ ହଉଥିଲା ଯେଉଁମାନେ ନିର୍ବାଚିତ ହେଉଥିଲେ। ସେମାନେ ନିଜନିଜ କଲେଜର ଦାବି ସରକାରଙ୍କ ପାଖରେ ରଖି କଲେଜ ର ଉନ୍ନତିରେ ଭାଗିଦାର ହେଉଥିଲେ। ମାତ୍ର ବିଗତ କିଛି ବର୍ଷ ହେବ କୌଣସି ନିର୍ବାଚନ ନହେବା ଦ୍ଵାରା କଲେଜ ମାନଙ୍କର ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।ଯେଉଁଭଳିକି କଲେଜରେ ରାଗିଙ୍ଗ ,ନିଶାକାରବାର ,ଅଣଛାତ୍ର ମାନଙ୍କର ଅଭେଦ ପ୍ରବେଶ ବଢ଼ିବାରେ ଲାଗିଛି ।ଏଥିପାଇଁ ଅଲ ଓଡିଶା ସ୍ତୁଡେଣ୍ଟ ଭଏସ ନାମକ ସଂଗଠନ ଭିଭୁପ୍ରସାଦ ଜେନାଙ୍କ ଓ ବିପ୍ଳବ ପରିଡାଙ୍କ ନେତୃତ୍ୱରେ ପ୍ରଥମେ ପୋଲିସ କମିଶନରଙ୍କୁ କଲେଜ କୁ ରାଗିଙ୍ଗ ,ନିଶା, ଅଣଛାତ୍ରଙ୍କ ଅଭେଦ ପ୍ରବେଶକୁ ବାରଣ କରିବାଲାଗି ଓ ଆଂଟି ରାଗିଙ୍ଗ ସ୍କ୍ୱାଡ଼ କୁ ପୁଣି ସକ୍ରିୟ କରିବାକୁ ଦାବିପତ୍ର ଦେଇଥିଲେ।
ପରେ କିଛିଦିନ ଗଲାପରେ ଶିକ୍ଷା ମନ୍ତ୍ରୀ ଙ୍କୁ କଲେଜ ରେ ନିର୍ବାଚନ କରେଇବା ଦାବିରେ ଭୁବନେଶ୍ୱର ରେ ଥିବା ସରକାରୀ ବାସଭନକୁ ଘେରାଉ କରିବାକୁ ଯାଇ ଶତାଧିକ ଅଲ ଓଡିଶା ସ୍ତୁଡେଣ୍ଟ ଭଏସ ର କର୍ମୀ ବିଭୂପ୍ରସାଦ ଜେନା ଙ୍କ ସମେତ ପୋଲିସ ଦ୍ଵାରା ଅଟକ ରହିଥିଲେ। ଓ ପୁଣି କଲେଜରେ ନିର୍ବାଚନ ହେବା ଦାବିରେ ଶ୍ରୀ ଜେନା ଓ ବିପ୍ଳବ ପରିଡା ସହିତ ଶତାଧିକ ଛାତ୍ର ନବୀନ ନିବାସ ଘେରାଉ ଅଭିମୁଖେ ରେ ଗଲାବେଳେ ଶିଶୁଭବନ ଛକରେ ପୋଲିସ ସହ ଜୋରଦାର ଠେଲାପେଲା ହୋଇଥିଲା। ଫଳରେ ସଂଗଠନର ଶତାଧିକ କର୍ମୀଙ୍କ ସହିତ ସଭାପତି ବିଭୂପ୍ରସାଦ ଜେନା ଙ୍କ ସହିତ ବିପ୍ଳବ ପରିଡା ଙ୍କୁ ମଧ୍ୟ୍ୟ ପୋଲିସ ଘଟଣା ସ୍ଥଳରୁ ଉଠାଇ ନେଇଥିଲା।
ଆଜି ପୁଣି ଛାତ୍ର ସଂସଦ ନିର୍ବାଚନ ଦାବିରେ ଅଳ ଓଡିଶା ସ୍ଟୁଡେଣ୍ଟ ଭଏସ ର ସଭାପତି ବିଭୂପ୍ରସାଦ ଜେନା ଓ ବିପ୍ଳବ ପରିଡା ଙ୍କ ସମେତ 200 କର୍ମ କର୍ତା ମନ୍ତ୍ରୀ ଙ୍କ ଘର ଘେରାଉ କରିଥିଲେ। ଆଗକୁ ଦାବିପୂରଣ ନହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଗଠନର ସଭାପତି କହିଛନ୍ତି ||