ଟିବି ଆଲୁଅରେ ସୁବାସିନୀ

ମୁଁ ପାଠ ପଢିବାକୁ ଚାହେଁ ସରକାର - ସୁବସିନୀ

0

ଓଡ଼ିଆ ନ୍ୟୁଜ, କେନ୍ଦ୍ରାପଡା: ଆଖିରେ ଆଖିଏ ସ୍ବପ୍ନ । ଆଉ ପାଠ ପଢିବାକୁ ମନରେ ବହୁ ଆଶା ଓ ଆକାଂକ୍ଷା । ହେଲେ, ସରକାରଙ୍କ ମାଳ ମାଳ ଯୋଜନା ଥାଇ ମଧ୍ୟ ଟିବି ଆଲୁଅରେ ପଢିବାକୁ ପଡେ ସୁବସିନୀ। ଆଉ ନିବେଦନ କରନ୍ତି ସରକାରଙ୍କୁ ମୋ ଘରକୁ ବିଜୁଳି ସଂଯୋଗ କର ସରକାର ।
ହଁ ଆଜ୍ଞା, ଆମେ କହୁଛୁ, କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ବସପୁର ଗ୍ରାମର କଥା ।

ଦେଖିକି ଆପଣ ନିଶ୍ଚିତ ବୁଝି ସାରିଥିବେ । ତେବେ ଏ ଘଟଣା ହେଉଛି କେନ୍ଦ୍ରାପଡା ବସପୁର ଗ୍ରାମର ଗୋଲୋଖ ସେଠୀଙ୍କ ପରିବାରର କରୁଣ ଦୃଶ୍ୟ ।ଗୋଲେଖ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ବସପୁର ଗ୍ରାମର ରଜକ ଭାବେ ଦୀର୍ଘ 20ବର୍ଷ ହେବ ସେବା କରି ଆସୁଛନ୍ତି ! ଦୁଃଖ ଓ ପରୀତାପର ବିଷୟ ତାଙ୍କ ପରିବାର ଲୋକ ଙ୍କୁ ଏଯାବତ କୌଣସି ସରକାରୀ ସୁବିଧା ମିଳିନାହିଁ ! ଯାହାକୁ ନେଇ ବହୁ କଷ୍ଟରେ କାଳତିପାତ କରୁଥିବା କହିଛନ୍ତି ଗୋଲେଖ ଙ୍କ ପତ୍ନୀ ନୟନା ସେଠୀ !ଦୀର୍ଘ 20ବର୍ଷ ହେବ ବସପୁର ଗ୍ରାମବାସୀ ଙ୍କୁ ସେବା ଯୋଗାଇ ଆସୁଥିବା ବେଳେ ତାଙ୍କୁ ମିଳୁନି ସରକାରୀ ସାହାଯ୍ୟ । ମିଳୁନାହିଁ ରାସନ୍ ଚାଉଳ ଗଣ୍ଡିଏ, କି ଆବାସ ଗୃହ । ଆଉ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପରିବାର ଲେକେ ! ସୁବାସିନୀ ସେଠୀ ଜଣେ କୃତି ଛାତ୍ରୀ ହୋଇଥିଲେ ମଧ୍ୟ ନିଜ ଘରେ ବିଜୁଳି ସଂଯୋଗ ହୋଇନଥିବା ଓ ଡିବିରୀ ମହମବତୀ ସାହାଯ୍ୟରେ ବହୁ କଷ୍ଟରେ ପାଠ ପଢ଼ୁଥିବା ଦୁଃଖର ସହ କହିଛନ୍ତି !

ଏହି ଅସହାହାୟ ରଜକ ପରିବାର ଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ସହ ବିଦ୍ୟୁତ ସଂଯୋଗ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ! ତେବେ ଏଠାରେ ପ୍ରଶ୍ନ ଉଠେ ସରକାରଙ୍କ ମାଳମାଳ ଯୋଜନା ହେଲେ କାହାପାଇଁ ! କେନ୍ଦ୍ରାପଡ଼ା ଜିଲ୍ଲାରେ ଏମିତି ଏକ ପରିବାର ଙ୍କ ଦୁଃଖ କୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ କେବେ ଵୁଝିଵେ,ଏ ଗରିବ ପରିଵାରଙ୍କ ଦୁଃଖ ଦେଖିବାକୁ ବାକି ରହିଲା

Leave A Reply

Your email address will not be published.