ଉପଜିଲ୍ଲାପାଳଙ୍କର ମାଳ ମାଳ କୋଠା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭିଜିଲାନ୍ସ ଜାଲରେ ପଡ଼ିଥିବା ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଜିଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କର ରହିଛି ମାଳ ମାଳ କୋଠା। ସୋମବାର ଭିଜିଲାନ୍ସ ଚଢ଼ାଉ ବେଳେ ଏକାଧିକ ସ୍ଥାନରେ ତାଙ୍କର ବଡ଼ ବଡ଼ କୋଠା ରହିଥିବା ସାମ୍ନାକୁ ଆସିଛି। ଭୁବନେଶ୍ବର ଠାରୁ ଆରମ୍ଭ କରି ଭଦ୍ରକ ପର୍ଯ୍ୟନ୍ତ ଉପ-ଜିଲ୍ଲାପାଳ ବାବୁଙ୍କ ନାଁରେ ରହିଛି ମାଳ ମାଳ କୋଠା । ଭିଜିଲାନ୍ସ ଚଢାଉ ପରେ ଭୁବନେଶ୍ଵରରେ ଏକ ମହଲା କୋଠା।

ଏହାବ୍ୟତୀତ ଝାରପଡ଼ାରେ ୩ ମହଲା ନିର୍ମାଣାଧୀନ କୋଠା ରହିଛି। ସେହିପରି ଭଦ୍ରକରେ ୩ ମହଲା ଓ ୨ ମହଲା ବିଶିଷ୍ଟ ୩ଟି ନିର୍ମାଣାଧୀନ କୋଠା ଥିବା ସହିତ ୧୩ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ । ଏଥିମଧ୍ୟରୁ ଭୁବନେଶ୍ବରରେ ୬, ଭଦ୍ରକରେ ୬ ଏବଂ ପିପିଲିରେ ଗୋଟିଏ ପ୍ଲଟ ରହିଛି । ଏଥିସହିତ ୨୫୦ ଗ୍ରାମ୍‌ ସୁନା, ପାଖାପାଖି ଦେଢ଼ ଲକ୍ଷ ଟଙ୍କା ଠାବ କରିଛି ଭିଜିଲାନ୍ସ । ଏହାବ୍ୟତୀତ ଝାରପଡ଼ାରେ ୩ ମହଲା ନିର୍ମାଣାଧୀନ କୋଠା ରହିଛି। ସେହିପରି ଭଦ୍ରକରେ ୩ ମହଲା ଓ ୨ ମହଲା ବିଶିଷ୍ଟ ୩ଟି ନିର୍ମାଣାଧୀନ କୋଠା ଥିବା ଜଣାପଡ଼ିଛି।

ଅନ୍ୟପଟେ ଉପଜିଲାପାଳଙ୍କ ସମ୍ପର୍କୀୟଙ୍କ ଘରେ ବି ଚାଲିଛି ଚଢ଼ାଉ। ଭଦ୍ରକ ଓ ମୟୂରଞ୍ଜରେ ରହିଥିବା ସମ୍ପର୍କୀୟଙ୍କ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରୁଥିବା ଜଣାଯାଇଛି।  ଭିଜିଲାନ୍ସର ୧୦ଟି ଟିମ୍‌ ଉପଜିଲାପାଳଙ୍କ କାର୍ଯ୍ୟାଳୟ, ଘର, ସରକାରୀ ବାସଭବନ ସମେତ ପୃଥକ ପୃଥକ ୧୦ଟି ଠିକଣାରେ ସୋମବାର ଭୋରୁ ଏକକାଳୀନ ଚଢ଼ାଉ ଆରମ୍ଭ କରିଛନ୍ତି। ଏହି ଚଢ଼ାଉରେ ୧୦ ଜଣ ଡିଏସପି ଓ ଦୁଇ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି।

Leave A Reply

Your email address will not be published.