ଓଡ଼ିଆ ନ୍ୟୁଜ୍: ଆଜି ମିଳିବ ସୁଭଦ୍ରା ଟଙ୍କା। ତେବେ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା ମହିଳାମାନେ ଏହି ଅର୍ଥ ପାଇବେ ବୋଲି ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉପମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ‘ଏକ୍ସ’ରେ ଏହା କୁହାଯାଇଥିଲା। ତେବେ ଏଥର ନୂଆ କରି ସାମିଲ ହୋଇଥିବା ହିତାଧିକାରୀଙ୍କୁ ମଧ୍ୟ ଏଥର ଦିଆଯିବ ସୁଭଦ୍ରା ସହାୟତା ଟଙ୍କା। ସୂଚନାଯୋଗ୍ୟ, ଏଯାବତ ସୁଭଦ୍ରାରେ ୪ ଲକ୍ଷ ୫୭ ହଜାର ୬୮୧ ମହିଳା ସାମିଲ ହୋଇଛନ୍ତି। ଏହାସହ ନୂଆକରି ୧ ଲକ୍ଷ ୭୮ ହଜାର ୩୯୮ ମହିଳାଙ୍କୁ ମଧ୍ୟ ସାମିଲ କରାଯାଇଛି।
ଏଥର ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା ହିତାଧିକାରୀ ସାମିଲ ହୋଇଛନ୍ତି। ୨ ଲକ୍ଷ ୫୫ ହଜାର ୨୬୫ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ପୂର୍ବରୁ ହୋଇଥିବା ଅଭିଯୋଗ ଶୁଣାଣିରେ ୨୪ ହଜାର ୧୮ ହିତାଧିକାରୀ ସୁଭଦ୍ରାରେ ସାମିଲ ହୋଇଥିଲେ। ଏକାବେଳେ ଏମାନେ ସୁଭଦ୍ରା ଯୋଜନାର ୨ଟି କିସ୍ତି ଟଙ୍କା ପାଇବେ ବୋଲି ଜଣାପଡିଛି। ଏହି ଯୋଜନା ଅଧିନରେ ମୋଟ ୩୧୫ କୋଟିରୁ ଅଧିକ ସହାୟତା ରାଶି ହିତାଧିକାରୀଙ୍କୁ ଦିଆଯିବ।