ଓଡ଼ିଆ ନ୍ୟୁଜ୍: କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା।ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ‘କୋଟିଏ ୨ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା’। ‘୫ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ। ୨ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ ଟଙ୍କା ପାଇବେ।‘ସୁଭଦ୍ରା ହିତାଧିକାରୀଙ୍କ ତାଲିକା ବଦଳିବା ଏକ ନିରନ୍ତର ପ୍ରକ୍ରିୟା’। ଯେଉଁମାନଙ୍କୁ ୨୧ ହେବ ସାମିଲ୍, ୬୦ ଟପିଲେ ପେନସନ୍ ଲିଷ୍ଟକୁ ଯିବେ।
ପୁରୀର ତାଳବଣିଆ ଠାରେ ଆୟୋଜନ ହେବ ବିଶାଳ କାର୍ଯ୍ୟକ୍ରମ | ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତରେ ସମସ୍ତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା | ୨ ଲକ୍ଷ ୧୩ ହଜାର ୧୯୮ ଜଣ ନୂଆ ହିତାଧିକାରୀ ପାଇବେ ସୁଭଦ୍ରା ଟଙ୍କା | ଗ୍ରୀଭାନ୍ସ ପୋର୍ଟାଲରେ ଆସିଥିବା ଅଭିଯୋଗରୁ ୩୬ ହଜାର ୩୮୫ ଜଣ ସୁଭଦ୍ରା ଟଙ୍କା ପାଇବେ | ଏପ୍ରିଲ ମାସରେ ଯାହାକୁ ୨୧ ବର୍ଷ ହୋଇଥିବ । ସେମାନେ ଆବେଦନ କରିପାରିବେ | ଯେଉଁମାନେ ୨୧ ବର୍ଷ ସେମାନଙ୍କ ପାଇଁ ଏହା ଦ୍ୱତୀୟ କିସ୍ତି ।