ସୁନୀଲ ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିଲେ ଶୁବମନ ଗିଲ୍‌

0

ଓଡ଼ିଆ ନ୍ୟୁଜ୍: ସୁନୀଲ ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିଲେ ଶୁବମନ ଗିଲ୍‌। ଗୋଟିଏ ଟେଷ୍ଟରେ ଗାଭାସ୍କରଙ୍କ ନାଁରେ ଥିବା ସର୍ବାଧିକ ରନ୍‌ ରେକର୍ଡ ଭାଙ୍ଗିଲେ।୧୯୭୧ରେ ଗାଭାସ୍କର ପୋର୍ଟ ଅଫ୍‌ ସ୍ପେନ୍‌ରେ ୩୪୪ ରନ୍‌ କରିଥିଲେ।ୱେଷ୍ଟଇଣ୍ଡିଜ ବିପକ୍ଷରେ ଗାଭାସ୍କର ଉଭୟ ଇନିଂସରେ ୩୪୪ ରନ୍‌ କରିଥିଲେ।ଚଳିତ ବର୍ମିଂହାମ୍‌ ଟେଷ୍ଟରେ ଗିଲ୍‌ ୩୫୦ରୁ ଊର୍ଦ୍ଧ୍ବ ସ୍କୋର କରି ସାରିଲେଣି।ଶୁବମନ ଗିଲ୍ ଟେଷ୍ଟ ମ୍ୟାଚରେ ଅଧିକ ରନ ସ୍କୋର କରିଥିବା ଭାରତୀୟ ଅଧିନାୟକ ସାଜିଛନ୍ତି ।

ବିରାଟ କୋହଲିଙ୍କୁ ପଛରେ ପକାଇ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ଶୁବମନ । ଏହାପୁର୍ବରୁ କୋହଲି ଶ୍ରୀଲଙ୍କା ବିପକ୍ଷ ଉଭୟ ଇନିଂସରେ ୨୯୩ ରନ୍ କରିଥିଲେ । ଏସିଆ ବାହାରେ କୌଣସି ଟେଷ୍ଟ ମ୍ୟାଚରେ ୩୫୦ରୁ ଅଧିକ ରନ କରିଥିବା ଦ୍ବିତୀୟ ଖେଳାଳି ହୋଇଛନ୍ତି ଶୁବମନ ଗିଲ୍ । ଏହାପୂର୍ବରୁ ହନିଫ ମହମ୍ମଦ ୧୯୫୮ରେ ୱେଷ୍ଟଇଣ୍ଡିଜ ବିରୋଧରେ ବ୍ରିଜଟାଉନ ଟେଷ୍ଟରେ ୩୫୪ ରନ କରିଥିଲେ । ଏବେ ଶୁବମନ ହନିଫଙ୍କ ରେକର୍ଡ ମଧ୍ୟ ଭାଙ୍ଗି ସାରିଛନ୍ତି ।

Leave A Reply

Your email address will not be published.