ହଠାତ୍‌ ୧୩ ଡିଗ୍ରୀ କମିଲା ରାଜଧାନୀର ତାପମାତ୍ରା, ହେଲା ବର୍ଷା

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ତାତିରେ ଦରସିଝା ହୋଇଯାଇଥିବା ଓଡିଶାରେ ବର୍ଷା ହୋଇଛି । ଚାତକ ଭଳି ବର୍ଷାକୁ ଚାହିଁ ରହିଥିବା ରାଜ୍ୟବାସୀ ଖୁସିରେ ଆତ୍ମହରା ହୋଇଉଠିଛନ୍ତି । ହଠାତ ପାଗରେ ପରିବର୍ତ୍ତନ ସହ ସାରା ରାଜ୍ୟରେ ନରମିଛି ପାଗ । ରାଜଧାନୀ ଭୁବନେଶ୍ୱରରେ ବର୍ଷା ସହ ଘଡ଼ଘଡ଼ି ଦେଖିବାକୁ ମିଳିଛି । ପରିସ୍ଥିତିକୁ ଦେଖି ହିଟ ୱେଭ ୱାର୍ଣ୍ଣିଂ ହଟାଇଛି ଆଂଳିକ ପାଣିପାଗ କେନ୍ଦ୍ର । ତେବେ ବାଲେଶ୍ୱରକୁ ବାଦ୍‌ ଦେଲେ ସବୁ ସହରରେ ତାପମାତ୍ରାରେ ୩୫ ଡିଗ୍ରୀ ତଳକୁ ଖସିଛି । ଦିନ ସାଢେ ୧୧ଟା ସୁଦ୍ଧା ବାଲେଶ୍ୱରରେ ସର୍ବାଧିକ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ରାଜଧାନୀରେ ତାପମାତ୍ରା ହଠତ୍‌ ୧୩ଡିଗ୍ରୀ ତଳକୁ ଖସିଛି । ଆଜି ଦିନ ୨.୩୦ସୁଦ୍ଧା ତାପମତ୍ରା ୨୯ଡିଗ୍ରୀ ରହିଛି । ପୁରୀରେ ୩୩.୪, ଭୁବନେଶ୍ୱରରେ ୩୩.୨, ପାରାଦୀପ ଓ ଝାରସୁଗୁଡ଼ାରେ ୩୨.୬ ଡିଗ୍ରୀ, ଚାନ୍ଦବାଲିରେ ୩୨, ସମ୍ବଲପୁରରେ ୩୦ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଗୋପାଳପୁରରେ ୩୧, ହୀରାକୁଦରେ ୨୯.୨ ଓ କେନ୍ଦୁଝରରେ ୨୮ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେପଟେ ୨୨ ଏବଂ ୨୩ ତାରିଖରେ ରାଜ୍ୟରେ କାଳବୈଶାଖୀ ଆଶଂକା କରାଯାଇଛି। ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ କୁଆପଥର ବର୍ଷା ସହ ପବନ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବହିବା ସମ୍ଭାବନା ରହିଛି । କିଛି କିଛି ସ୍ଥାନରେ ଆକାଶ ମେଘାଚ୍ଛନ ହେବା ସହ ଜୋରରେ ପବନ ବହୁଛି।

ଆଜି ରାଜଧାନୀ ଭୁବନେଶ୍ୱରରେ ଘଣ୍ଟା ପ୍ରତି ୧୫ ରୁ ୨୦ କିଲୋମିଟର ବେଗରେ ପବନ ବହୁଛି । ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜାରି ରହିଛି। ସେପଟେ ରାଜ୍ୟରେ ୨୬ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଆକଳନ କରିଛି । ୨୬ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ବର୍ଷା ସମ୍ଭାବନା ରହିଛି । ଆଜି ଓ କାଲି ବର୍ଷା ନେଇ ୧୭ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ୩୦ରୁ ୪୦ କିମି ବେଗରେ ପବନ ବହିପାରେ । କୋରାପୁଟ, ମାଲକାନଗିରି, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁରରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।

Leave A Reply

Your email address will not be published.