ସୁଖବିନ୍ଦରଙ୍କୁ ପରିହାସ କରି ସମୋସୋ ପାର୍ଟି ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସିଙ୍ଗଡ଼ା ବା ସମୋସା। ଏହା ଏବେ ହିମାଚଳ ପ୍ରଦେଶ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ପ୍ଲେଟ୍‌ରୁ ସମୋସା ଗାଏବ ହୋଇଥିବା ନେଇ ସୃଷ୍ଟି ହୋଇଛି ବିବାଦ। ଏହାରି ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ପରିହାସ କରି ପୂର୍ବତନ ମୁଖ୍ୟମନ୍ତ୍ରୀ କରିଛନ୍ତି ସମୋସା ପାର୍ଟି। ଯେହେତୁ ସୁଖବିନ୍ଦର ସିଂ ସୁଖୁ ତାଙ୍କ ବଦଳରେ ତାଙ୍କ ସୁରକ୍ଷା କର୍ମୀଙ୍କୁ ଦିଆଯାଇଥିବା ‘ସାମୋସା’ର ସିଆଇଡି ଯାଞ୍ଚ କରିବାକୁ କହି ଚର୍ଚ୍ଚାର ପରିସରରେ ରହିଛନ୍ତି, ତାହାକୁ ପରିହାସ କରି ଏହି ପାର୍ଟି ଆୟୋଜନ କରାଯାଇଥିଲା।

ପ‌ାର୍ଟି ସମୟରେ ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ଦର୍ଶାଯାଇଛି ଯେ ହିମାଚଳ ପ୍ରଦେଶ ବିଧାନସଭାରେ ବିରୋଧୀ ଦଳର ନେତା ଠାକୁର ଲୋକପ୍ରିୟ ସମ‌ୋସାର ସ୍ବାଦ ନେଇ ଉପଭୋଗ କରୁଛନ୍ତି ଏବଂ ବିଜେପି କର୍ମୀଙ୍କ ସହ କଥା ହେଉଛନ୍ତି। ଏହି ସମୟରେ ସେ ହିମାଚଳ ମୁଖ୍ୟମନ୍ତ୍ରୀ ଟାର୍ଗେଟ କରି କହିଛନ୍ତି। କହିଛନ୍ତି ଯେ, ହିମାଚଳ ସରକାରଙ୍କ ପ୍ରାଥମିକତା କ’ଣ ତାହା ପୂରା ଦେଶକୁ ଜଣାପଡ଼ିଗଲା। ସୁଖୁ ସରକାରଙ୍କ ପ୍ରାଥମିକତାରେ ହିମାଚଳର ହିତ ନାହିଁ। ପ୍ରକୃତରେ ଅକ୍ଟୋବର ୨୧ ତାରିଖରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଏକା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସିଆଇଡି ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ଏଠାରେ ତାଙ୍କ ପାଇଁ ତିନୋଟି ବାକ୍ସରେ ସାମୋସା ଏବଂ କେକ୍‌ ଅର୍ଡର କରାଯାଇଥିଲା। ତେବେ ଭୁଲ୍‌ରେ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ତାଙ୍କ ସୁରକ୍ଷା କର୍ମୀଙ୍କୁ ଏହି ଖାଦ୍ୟ ପରିସି ଦିଆଯାଇଥିଲା। ତେବେ ଏହାକୁ ନେଇ ସିଆଇଡି ତଦନ୍ତ ଆରମ୍ଭ କରିବାକୁ ସୁଖବିନ୍ଦର ସିଂ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହୋଇଥିଲା। ତେବେ ସିଆଇଡି ଅଧିକାରୀମାନେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେମାନେ କହିଛନ୍ତି କି ଏହା ଏକ ଆଭ୍ୟନ୍ତରୀଣ ମାମଲା। ଏହାକୁ ନେଇ ବେଶି ଆଲୋଚନା ନ କରାଯାଉ।

 

Leave A Reply

Your email address will not be published.