ତିନି ମହାନଗର ନିଗମରେ ବିଜେଡ଼ି ବିଜୟୀ: ଭୁବନେଶ୍ୱରରେ ସୁଲୋଚନା ଦାସ ହେଲେ ମେୟର, କହିଲେ ଲୋକଙ୍କ ବିଶ୍ବାସ ଓ ବିକାଶ ମୋର ଲକ୍ଷ୍ୟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ କୃପା, ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶିର୍ବାଦ ଏବଂ ରାଜଧାନବାସୀଙ୍କ ବିଶ୍ବାସରୁ ମୋତେ ଯେଉଁ ସୁଯୋଗ ମିଳିଛି ତା’ର ସଦୁପଯୋଗ କରି ସାଧାରଣ ଲୋକଙ୍କ ସେବା କରିବେ ବୋଲି ନିର୍ବାଚନରେ ବିଜେଡ଼ିର ମେୟର ପ୍ରାର୍ଥୀ ଭାବେ ବିଜୟ ହାସଲ କରିଥିବା ସୁଲୋଚନା ଦାସ କହିଛନ୍ତି ।

ଭୁବନେଶ୍ୱର ମହାନଗର ନିଗମର ୬୭ ୱାର୍ଡରୁ ନବ ନିର୍ବାଚିତ ସମସ୍ତ କର୍ପୋରେଟର ମାନଙ୍କୁ ଶ୍ରୀମତୀ ଦାସ ଅଭିନନ୍ଦନ ଜଣାଇଛନ୍ତି । ରାଜନୈତିକ ବିଦ୍ୱେଷ ଠାରୁ ଉର୍ଦ୍ଧ୍ବରେ ରହି ଆଗାମୀ ୫ ବର୍ଷ ରାଜଧାନୀ ବାସୀଙ୍କ ବିକାଶ କରିବାକୁ କର୍ପୋରେଟର ଓ ସାଧାରଣ ଲୋକଙ୍କ ସହଯୋଗ କାମନା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜଧାନବାସୀଙ୍କ ପାଇଁ ଯେଉଁ ବିକାଶର ବାର୍ତ୍ତା ଦେଇଛନ୍ତି ତାକୁ ସାକାର କରିବାର ସମୟ ଆସିଛି । ବିଜେଡି ସରକାର ପ୍ରତିଶୃତି ଦେବା ଓ ଏହାକୁ ପୂରଣ କରିବାର ମୁଖ୍ୟମନ୍ତ୍ରୀ ଯେଉଁ ପରମ୍ପରା ସୃଷ୍ଟି କରିଛନ୍ତି ଏଥିପାଇଁ ସେ ଆପ୍ରାଣ ଉଦ୍ୟମ କରିବେ ବୋଲି ଶ୍ରୀମତୀ ଦାସ ପ୍ରକାଶ କରିଛନ୍ତି । ଭୁବନେଶ୍ଵରକୁ ଏକ ସବୁଜ ଓ ସ୍ୱଚ୍ଛ ସହରରେ ପରିଣତ କରିବାକୁ ସେ ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି ।

ଅପରାହ୍ନରେ ଭୋଟ ଗଣତିର ଶେଷ ପର୍ଯ୍ୟାୟରେ ଶ୍ରୀମତୀ ଦାସଙ୍କ ସଫଳତା ତାଙ୍କ ସପକ୍ଷରେ ଯାଉଥିବା ଜାଣି ଦଳୀୟ ନେତା, କର୍ମୀ ଓ ଶହ ଶହ ଲୋକ ତାଙ୍କୁ ସାକ୍ଷାତ କରି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ ।

ନିର୍ବାଚନର ଫଳାଫଳ ପ୍ରକାଶ ପାଇଲା ପରେ ନବୀନ ନିବାସ ଯାଇ ଶ୍ରୀମତୀ ଦାସ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଶିର୍ବାଦ ନେଇଥିଲେ ।

କଟକ ମହାନଗର ନିଗମ ପୋୖର ନିର୍ବାଚନ। ମେୟର ପଦ ହାତେଇଲା ବିଜୁ ଜନତା ଦଳ। ୩୮ତମ ତଥା ଅନ୍ତିମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂ ଆଗରେ ଥିଲେ। ପରେ ୪୫,୨୦୬ ଖଣ୍ଡ ଭୋଟରେ ଜିତିଛନ୍ତି  ସୁବାସ୍। ବିଜେଡି ପ୍ରାର୍ଥୀ ସୁବାସ ସିଂଙ୍କୁ ୧,୧୩,୫୬୨ ଖଣ୍ଡ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରାଙ୍କୁ ମୋଟ ୬୮,୩୫୬ ଖଣ୍ଡ ଭୋଟ ମିଳିଛି। ବିଜେପି ପ୍ରାର୍ଥୀ ଶ୍ରିତମ ଦାସଙ୍କୁ ୪୯,୨୨୩ ଖଣ୍ଡ ଭୋଟ ମିଳିଛି।

ସେହିପରି ବ୍ରହ୍ମପୁର ମହାନଗର ନିଗମରେ ବିଜେଡ଼ି ବଜିମାତ୍ କରିଛି।

 

Leave A Reply

Your email address will not be published.