ଶରତରେ ଗ୍ରୀଷ୍ମ ତାତି

ଅକ୍ଟୋବରରେ ଗ୍ରୀଷ୍ମ ତାତି

0

ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର : ଅକ୍ଟୋବରରେ ଗ୍ରୀଷ୍ମ ତାତି । ଶରତ ଋତୁ ଆସିଗଲାଣି ହେଲେ ତାତି ହେଉଛି ଗ୍ରୀଷ୍ମ ଋତୁ ପରି । ମୌସୁମୀ ବିଦାୟ ନେଉଛି, ହେଲେ ଏବେ ଯାଏ ଶୀତର ଦେଖା ନାହିଁ । କିଛି କିଛି ସ୍ଥାନରେ ଆକାଶ ମେଘୁଆ ରହୁଥିଲେ ମଧ୍ୟ ବର୍ଷା ହେଉନି । ଓଲଟା ଅତ୍ୟଧିକ ଗରମ ହେଉଛି । ୧୫ଟି ସହରରେ ଦିନର ତାପମାତ୍ରା ୩୫ଡିଗ୍ରୀ ପାର କରିଛି । ପ୍ରବଳ ଗରମ ହେବା ଯୋଗୁ ଗୁଳୁଗୁଳି ଅନୁଭୂତ ହେଉଛି । ଅକ୍ଟୋବରରେ ବୈଶାଖ ମାସ ପରି ଗରମ ଲାଗୁଛି । ଆଗାମୀ ୫ଦିନ ଯାଏ ଏଭଳି ପାଗ ଲାଗିରହିବ ।

ଦିନର ତାପମାତ୍ରା ସ୍ୱାଭାବିକଠାରି ୩ଡିଗ୍ରୀ ଅଧିକ ରହିବ । ସେହିପରି ରାତି ତାପମାତ୍ରା ମଧ୍ୟ ୨ଡିଗ୍ରୀ ଅଧିକ ରହିବ ବୋଲି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗରମ କେବଳ ରାଜଧାନୀ ନୁହେଁ, ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ଉପରେ ଏବଂ ରାତିର ତାପମାତ୍ରା ୨୦ ଡିଗ୍ରି ରହୁଛି। କୋରାପୁଟ ଭଳି ପାହାଡ଼ିଆ ଅଞ୍ଚଳରେ ଦୁଇ ଦିନ ହେଲା ରାତିରେ ତାପମାତ୍ରା କମ୍‌ ରହୁଥିଲେ ମଧ୍ୟ ଦିନରେ ପ୍ରବଳ ତାତି ଅନୁଭୂତ ହେଉଛି। ଏହି ସମୟରେ ମାଲକାନଗିରିରେ ତାପମାତ୍ରା ୩୫ ଡିଗ୍ରିରେ ପହଞ୍ଚିବା ପାଣିପାଗ ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଆହୁରି ଆଶ୍ଚର୍ଯ୍ୟ କରିବା ଭଳି।

ଆଗାମୀ ୫ ଦିନ ଯାଏ ଏଭଳି ପାଗ ଲାଗିରହିବ। ଦିନର ତାପମାତ୍ରା ସ୍ବାଭାବିକଠାରୁ ୩ ଡିଗ୍ରି ଅଧିକ ରହିବ। ରାତିର ତାପମାତ୍ରା ମଧ୍ୟ ଅନୁରୂପ ଭାବେ ସ୍ବାଭାବିକଠାରୁ ଗୋଟିଏ ଦୁଇ ଡିଗ୍ରି ଅଧିକ ରହିପାରେ। ପୂର୍ବ ବର୍ଷଗୁଡ଼ିକରେ ମଧ୍ୟ ଏହି ସମୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୦ରୁ ୩୪ ଡିଗ୍ରି ମଧ୍ୟରେ ରହୁଥିଲା। ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର ବିଶ୍ବାସଙ୍କ କହିବାନୁଯାୟୀ, ଗତ ୨୪ ଘଣ୍ଟା ଧରି ରାଜ୍ୟରେ ମୁଖ୍ୟତଃ ଶୁଖିଲା ପାଗ ରହିଥିଲା। ଦାରିଙ୍ଗବାଡି, ଝାରସୁଗୁଡା, ଚାନ୍ଦବାଲୀ, ପାରାଦୀପ, ମାଲକାନଗିରି ଓ ଗୋପାଳପୁରରେ ବି ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହୁଛି ।

Leave A Reply

Your email address will not be published.