ଓଡିଆ ନ୍ୟୁଜ (ବ୍ୟୁରୋ) : ରାହୁଲ ଗାନ୍ଧୀଙ୍କୁ ବଡ ଆଶ୍ୱସ୍ତି ମିଳିଛି । ମୋଦୀ ସାଙ୍ଗିଆଦ ଟିପ୍ପଣୀ ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କ ପ୍ରତି ହୋଇଥିବା ଦଣ୍ଡାଦେଶ ଉପରେ ଆଜି ସୁପ୍ରିମ୍ କୋର୍ଟ ରହିତାଦେଶ ଜାରି କରିଛନ୍ତି । ଗୁଜୁରାଟ ତଳ କୋର୍ଟଙ୍କ ରାୟ ଉପରେ ସର୍ବୋଚ୍ଚ ଅଦାଲତ ରହିତାଦେଶ ଲଗାଇଛନ୍ତି ।
ବିଚାରପତି ବି.ଆର୍. ଗୱାଇ, ପି. ଏସ୍. ନରସିଂହ ଓ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିବା ପାଇଁ ରାହୁଲ୍ ଗାନ୍ଧୀ କରିଥିବା ଆବେଦନର ଶୁଣାଣି କରୁଥିଲେ। ସୁରତ ଅଦାଲତ ଦେଇଥିବା ଏହି ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିବାକୁ ପୂର୍ବରୁ ଗୁଜରାଟ ହାଇକୋର୍ଟ ଅଗ୍ରାହ୍ୟ କରିଥିଲେ। ରାହୁଲ୍ଙ୍କ ପ୍ରତିନିଧିତ୍ବ କରୁଥିବା ବରିଷ୍ଠ ଆଡ୍ଭୋକେଟ୍ ଅଭିଷେକ ମନୁ ସିଂହୱି କହିଲେ ଯେ, ବିଚାର ଶେଷ କରାଯାଇ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। କିନ୍ତୁ, ଏପର୍ୟ୍ୟନ୍ତ ଏହି ମାମଲାରେ କୌଣସି ପ୍ରମାଣ ମିଳିନାହିଁ। ସିଂହୱି ଯୁକ୍ତି ବାଢ଼ିଥିଲେ ଯେ, ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦୀଙ୍କ ମୂଳ ସାଙ୍ଗିଆ ‘ମୋଦୀଦ ନ ଥିଲା। ସେ ସାଙ୍ଗିଆ ପରିବର୍ତ୍ତନ କରି ‘ମୋଦୀଦ କରିଛନ୍ତି। ସେ ନିଜେ ମଧ୍ୟ କହିଛନ୍ତି ଯେ, ସେ ‘ମୋଧ ବଣିକ ସମାଜଦ ସମ୍ପ୍ରଦାୟର। କିନ୍ତୁ, ଭାଷଣରେ ରାହୁଲ୍ ‘ମୋଧ ବଣିକ ସମାଜଦ ସମ୍ପ୍ରଦାୟର କାହାରି ନାଁ ଧରି ନାହାନ୍ତି।
ତେବେ ରାହୁଲଙ୍କ ଦୁଇ ବର୍ଷ ସଜ୍ଜା ଉପରେ ରୋକ ଲାଗିଥିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାହୁଲ ଗାନ୍ଧୀ । ଟୁଇଟ୍ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ, ଯାହା ବି ହେଇଯାଉ ପଛେ, ମୋ କର୍ତ୍ତବ୍ୟ ସେୟା ହିଁ ରହିବ । ଭାରତର ବିଚାରକୁ ରକ୍ଷା କରିବା ମୋର କର୍ତ୍ତବ୍ୟ ।